32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଗ୍ରେଟର ନୋଏଡା ବଜାରରେ ଅଗ୍ନିକାଣ୍ଡ

ଗ୍ରେଟର ନୋଏଡା ବଜାରରେ ଅଗ୍ନିକାଣ୍ଡ

ନୋଏଡା: ଆଜି ଗ୍ରେଟର ନୋଏଡା ବଜାରରେ ରାସ୍ତାରେ ଥିବା ଭୋଜନଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡ ଗ୍ରେଟର ନୋଏଡାର ବିସ୍ରାଖର ଚାର ମୂର୍ତ୍ତୀ ଛକ୍ ନିକଟରେ ଥିବା ଭୋଜନାଳୟ‌ରେ ଘଟିଥିବା ପୁଲିସ୍‌ ସୂଚନା ଦେଇଛି। ଏହି ଘଟଣାର ପ୍ରଥମିକ ତଦନ୍ତ କରି ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ‘‘ପ୍ରଥମେ ସେଠାରେ ଥିବା ଏକ ଢାବାରେ ନିଆଁ ଲାଗିବା ପରେ ସଙ୍ଗେ ‌ସଙ୍ଗେ ତାହା ଅନ୍ୟ ସବୁଆଡ଼େ ବ୍ୟାପି ଯାଇଥିଲା। ଫଳରେ ଅନ୍ୟ ସବୁ ଭୋଜନାଳୟରେ ବି ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିବାକୁ ପ୍ରକୃତ କାରଣ ଏଯାଏ ଜଣାପଡ଼ିନାହିଁ।

ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଦମକଳ ବାହିନୀକୁ ଘଟଣାସ୍ଥଳକୁ ନିଆଯାଇଥିଲା। ପୁଲିସ କହିଛି ଯେ ନିଆଁକୁ ଆୟତ୍ତ କରାଯାଇଛି। “ଆମେ ଅଳ୍ପ କିଛି ଢାବାରେ ନିଆଁ ବିଷୟରେ ସୂଚନା ପାଇଲୁ। ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳକୁ ଚାଲିଯାଇଥିଲା। ଆମେ ୬ଟି ଢାବା ଏବଂ ଦୁଇଟି ଦୋକାନରେ ନିଆଁ ଲାଗିଥିବାର ଦେଖିଲୁ। ୟ ଆମେ ନିଆଁକୁ ନିୟନ୍ତ୍ରଣକୁ ଆଣିଛୁ। ଏହି ଘଟଣାରେ କେହି ମୃତ କିମ୍ବା ଆହତ ହୋଇନାହାଁନ୍ତି’’ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking