27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ; ଚାଲି ଗଲା ୨ ଜୀବନ

ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ; ଚାଲି ଗଲା ୨ ଜୀବନ

ଉତ୍ତରପ୍ରଦେଶ : ସର୍ଟ ସର୍କିଟ ଯୋଗୁ ଚାଲି ଗଲା ୨ ଜୀବନ । ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସର୍ଟ ସର୍କିଟ ଯୋଗୁଁ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ତେବେ ଏହି ଅଗ୍ନିକାଣ୍ଡରେ ୭ଜଣ ସଦସ୍ୟ ଜଳିଯାଇ ଥିବା ବେଳେ ଦୁଇ ନିରୀହ ପିଲାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ତେଜରାତି ବେପାରୀଙ୍କ ଦୋକାନ ଘରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଇଲେଟ୍ରିକ୍ ବୋର୍ଡରୁ ସର୍ଟ ସର୍କିଟ ହୋଇ ଏହି ଅଗ୍ନିକାଣ୍ଡ ଘଟିଛି।ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣା ସମୟରେ ଘର ଭିତରେ ୯ ଜଣ ଲୋକ ଉପସ୍ଥିତ ଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ଏହି ନିଆଁରେ ପରିବାରର ୯ ଜଣ ସଦସ୍ୟ ଜଳିଯାଇଥିଲେ। ଯେଉଁଥିରେ ୨ଜଣ ପିଲା ମଧ୍ୟ ଥିଲେ। ତେଣୁ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଥିଲା। ଡାକ୍ତର ସେଠାରେ ଆହତଙ୍କୁ ଚିକିତ୍ସା କରିବା ପରେ ଦୁଇ ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking