29.1 C
Bhubaneswar
Saturday, April 13, 2024
Homeଦେଶ ବିଦେଶଇସ୍ତାନବୁଲ୍ ନାଇଟ୍‌କ୍ଲବ୍‌ରେ ଅଗ୍ନିକାଣ୍ଡ; ଚାଲିଗଲା ୨୯ଜଣଙ୍କ ଜୀବନ

ଇସ୍ତାନବୁଲ୍ ନାଇଟ୍‌କ୍ଲବ୍‌ରେ ଅଗ୍ନିକାଣ୍ଡ; ଚାଲିଗଲା ୨୯ଜଣଙ୍କ ଜୀବନ

ଇସ୍ତାନବୁଲ୍ : ଇସ୍ତାନବୁଲ୍‌ର ଏକ ବହୁତଳ କୋଠା (୧୬ ମହଲା ଅଟ୍ଟାଳିକା)ର ତଳ ମହଲାରେ ଥିବା ମାସ୍କେରାଡ୍ କ୍ଲବ୍ ନାମକ ଏକ ନାଇଟ୍ କ୍ଲବ୍‌ରେ ଭୟାବହ ଅଗ୍ନିକାଣ୍ଡରେ ୨୯ଜଣଙ୍କ ପ୍ରାଣହାନୀ ଘଟିଛି । ସେହିପରି ଏହି ଘଟଣାରେ ୪୫ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଇସ୍ତାନବୁଲ୍ ଗଭର୍ଣ୍ଣର ଡାବୁତ୍ ଗୁଲ୍‌ଙ୍କ କହିବାନୁସାରେ ମଧ୍ୟାହ୍ନ ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଅଗ୍ନିକାଣ୍ଡର ବାସ୍ତବିକ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ସର୍ଟସର୍କିଟ୍ ଯୋଗୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ରିପୋର୍ଟ ଲେଖାହେବା ସୁଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇସାରିଥିବା ଏବଂ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି । ନାଇଟ୍‌କ୍ଲବ୍‌ର କେତେକ ଭାଗରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିବା ସ୍ପଷ୍ଟ ହୋଇଛି । ମୃତାହତଙ୍କ ମଧ୍ୟରେ ଅଧିକାଂଶ କ୍ଲବ୍‌ରେ କାମ କରୁଥିବା କର୍ମଚାରୀ ହୋଇଥିବା ବେଳେ ଆଉ କେତେକ ମରାମତି କାର୍ଯ୍ୟପାଇଁ ଏଠାରେ ନିୟୋଜିତ ଶ୍ରମିକ ବୋଲି ଚିହ୍ନଟ ହୋଇଛନ୍ତି । ଏହି ଘଟଣା ପରେ କ୍ଲବ୍‌ର ୫ଜଣ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଛି । ରାଷ୍ଟ୍ରପତି ରିସେପ୍ ତୟିପ୍ ଏର୍ଡୋଗାନ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁର୍ଘଟଣା ସଂପର୍କରେ ତୁର୍କିଏର ରାଷ୍ଟ୍ରପତି ରିସେପ୍ ତୟିପ୍ ଏର୍ଦୋଗାନଙ୍କୁ ସୂଚୀତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking