27.1 C
Bhubaneswar
Saturday, July 27, 2024
Homeଅପରାଧ୩ ବର୍ଷ ଶିଶୁ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

୩ ବର୍ଷ ଶିଶୁ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ପୁଣି ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ପଶ୍ଚିମ ବିହାର ୱେଷ୍ଟ ଥାନା ଅନ୍ତର୍ଗତ ପୀରାଗଢ଼ିରେ ୩ ବର୍ଷର ଶିଶୁ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗୁରୁବାର ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସୂଚନା ଅନୁଯାୟୀ, ପୀରାଗଢ଼ି ଅଞ୍ଚଳରେ ଏହି ୩ ବର୍ଷର ଶିଶୁ ଜଣଙ୍କ ନିଜ ପରିବାର ସହ ରହୁଥିଲା । ସେଠାରେ ହିଁ ଅଭିଯୁକ୍ତ ଯୁବକ ଜଣଙ୍କ ଘର ଭଡ଼ା ନେଇ ରହୁଥିଲେ । ଗରୁବାର ଉକ୍ତ ନାବାଳିକା ଘର ବାହାରେ ଖେଳୁଥିବା ବେଳେ ଯୁବକ ଜଣଙ୍କ ଚକଲେଟର ଲୋଭ ଦେଖାଇ ତା’ ସାଙ୍ଗରେ ଘରକୁ ନେଇଯାଇଥିଲା । କିଛି ସମୟ ପରେ ଝିଅ ଘରକୁ ନ ଫେରିବାରୁ ମା’ ଅନେକ ଖୋଜା ଖୋଜି କରିଥିଲେ । ପରେ ସନ୍ଦେହ ହେବାରୁ ଅଭିଯୁକ୍ତଙ୍କ କବାଟ ବାଡ଼େଇଥିଲେ ।

କବାଟ ନ ଖୋଲିବାରୁ ସେ ଜୋରରେ ପାଟି କରିଥିଲେ । ଏହି ସମୟରେ ଲୋକଙ୍କ ଭୟରେ ଅଭିଯୁକ୍ତ କବାଟ ଖୋଲି ଫେରାର ହୋଇଥିଲେ । ଆଖପାଖ ଲୋକମାନେ ସେଠାରେ ଜମା ହୋଇଗଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଗୁରୁତର ଥିବା ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ କରିଥିଲେ ଡାକ୍ତର । ପରେ ନାବାଳିକାର ଉପଯୁକ୍ତ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବାର ଜଣା ପଡ଼ିଛି । ଗୁରୁବାର ବିଳମ୍ବିତ ରାତିରେ ପୋଲିସ ପ୍ରାୟ ଅଭିଯୁକ୍ତକୁ ଖୋଜିବା ପାଇଁ ୩୦ଟି ସ୍ଥାନରେ ଚଢ଼ାଉ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା । ତେବେ ୨୭ ବର୍ଷୀୟ ଅଭିଯୁକ୍ତ ଜଣଙ୍କ ଏକ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking