28.1 C
Bhubaneswar
Saturday, April 27, 2024
Homeଓଡିଶା୩୦ତମ ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କର ସମାବର୍ତ୍ତନ ଉତ୍ସବ ନରାଡ଼ମ୍ବର ଭାବରେ ପାଳନ

୩୦ତମ ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କର ସମାବର୍ତ୍ତନ ଉତ୍ସବ ନରାଡ଼ମ୍ବର ଭାବରେ ପାଳନ

ଭୁବନେଶ୍ୱର : ବରମୁଣ୍ଡା ଭୁବନେଶ୍ୱର ଠାରେ ୩୦ତମ ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କର ସମାବର୍ତ୍ତନ ଉତ୍ସବ ନରାଡ଼ମ୍ବର ଭାବରେ ପାଳନ କରାଯାଇଥିଲା । କୋଭଡ୍‌-୧୯ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମାବର୍ତ୍ତନ ଉତ୍ସବକୁ ସୀମିତ କରାଯାଇ ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନ କନଫେରେନ୍ସ ହଲ୍‌ରେ କରାଯାଇଥିଲା ଓ ସମ୍ପୂର୍ଣ୍ଣ ସାମାଜିକ ଦୂରତାର ନିୟମକ୍‌ୁ ଯଥା ସମ୍ଭବ ପାଳନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେରେ ଅଗ୍ନିଶମ ମହାନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହା ବ୍ୟତିତ ଅତିରିକ୍ତ ମହାନିର୍ଦ୍ଦେଶକ ଡ. ସୋମ୍ୟା ମିଶ୍ର ଓ ଆରକ୍ଷ ମହାନୀରିକ୍ଷକ ଅସିତ କୁମାର ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ମୋଟ ୧୯ଜଣ ଅଗ୍ନିଶମ ଅକନ୍ଦ୍ରାଧିକାରୀ ତାଙ୍କର ୯ମାସର ପ୍ରଶିକ୍ଷଣ ଅବଧି ସଫଳତାର ସହ ଶେଷ କରରି ଏହି ଉତ୍ସବରେ ଭାଗ ନେଇଥିଲେ । ଏହି ସମାବେତନ ଉତ୍ସବରେ ଅଧିକାରୀମାନଙ୍କୁ ଅଗ୍ନିଶମ ବିପତି ନିସ୍ତାର ପ୍ରତିଷ୍ଠାନର ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ ଶପଥ ପାଠ କରାଇଥିଲେ ।
ସେମାନେ ନିଜ କର୍ମକ୍ଷେତ୍ରରେ ଜଣେ ଶୃଙ୍ଖଳିତ ସଭ୍ୟ ଭାବରେ ସାମ୍ଭିଧାନିକ ବିଧିବ୍ୟବସ୍ଥା ପରିସରରେ ରହି ଜାତି, ଧର୍ମ, ବର୍ଣ୍ଣ ନିର୍ବିିଶେଷରେ ନିଷ୍ଠାର ସହିତ ଦେଶ ଓ ଜାତିର ସେବା କରିବେ ବୋଲି ଈଶ୍ୱରଙ୍କ ନାମରେ ଶପଥ ନେଇଥିଲେ । ମୁଖ୍ୟ ଅତିଥି ସତ୍ୟଜିତ୍ ମହାନ୍ତି ଏହି ଅଧିକାରୀମାନଙ୍କୁ କିପରି ନିଜର କର୍ମଙ୍କୁ ପେସା ଭାବରେ ଗ୍ରହଣ କରିପାରିବେ ଓ ଏହା ଦ୍ୱାରା ଅତ୍ମତୃପ୍ତି ଲାଭ କରିପାରିବା ସହ ନିଜକୁ ଜଣେ ପେସାଦାର ଅଗ୍ନିଶମ ଅଧିକାରୀ ଭାବେ ଗଢ଼ିତୋଳିବା ବୁଝାଇଥିଲେ । ଜଣେ ଅଗ୍ନିକ କିପରି ଭାବେ ଲୋକମାନଙ୍କର ବିପଦର ବନ୍ଧୁ ହୋଇ କାର୍ଯ୍ୟ କରି ଲୋକାଦୃତ ହୋଇପାରିଛି ତା’ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ନୂତନ ଭାବରେ ତାଲିମ ନେଇଥିବା ଅଧିକାରୀମାନଙ୍କୁ ନିଜର ମୋଟ ୟୁ ସେର୍ଭେ ଟୁ ସେଭ୍ ମହତ୍ୱକୁ ଅଧାରା କରି କାର୍ଯ୍ୟ କରିବା ପାଇଁ ଉପଦେଶ ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ଏହି ଉତ୍ସବର ଅନ୍ୟତମ ଅତିଥି ଶ୍ରୀ ଅସିତ୍ କୁମାର ପାଣିଗ୍ରାହୀ ନିଜର ବକ୍ତବ୍ୟରେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କିପରି ସର୍ବଭାରତୀୟ ସ୍ତରରେ ଆଦୃତ ହୋଇପାରିଛି ତାହା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ କି ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ସଫଳତା ପାଇଁ ଉଚ୍ଚକୋଟିର ପ୍ରଶିକ୍ଷଣ ହିଁ ଚାବିକାଠି । ପ୍ରଶିକ୍ଷିତ ଅଧିକାରୀମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ଓ ଦ୍ୱତୀୟ ସ୍ଥାନ ରଖିଥିବା ଅଧିକାରୀମାନଙ୍କୁ ମୁଖ୍ୟ ଅତିଥି ପୁରୁସ୍କୃତ କରିଥିଲେ । ପରିଶେଷରେ ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ଭୋଳ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking