18.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶକର୍ଣ୍ଣାଟକ୍ ହାଇକୋର୍ଟଙ୍କ ଆଗରେ ପ୍ରେମିକକୁ ପାଇବାକୁ ପ୍ରେମିକା କ’ଣ କଲା ଜାଣନ୍ତୁ....

କର୍ଣ୍ଣାଟକ୍ ହାଇକୋର୍ଟଙ୍କ ଆଗରେ ପ୍ରେମିକକୁ ପାଇବାକୁ ପ୍ରେମିକା କ’ଣ କଲା ଜାଣନ୍ତୁ….

ବେଙ୍ଗାଲୁରୁ: ମାଇ ଲର୍ଡ ଯଦି ତାଙ୍କୁ ପାରୋଲରେ ମୁକ୍ତ କରାନଯାଏ, ତେବେ ଅନ୍ୟ କେହି ମୋତେ ନେଇଯିବେ । ଏମିତି କହି କର୍ଣ୍ଣାଟକ ହାଇକୋର୍ଟଙ୍କ ନିକଟରେ ଜଣେ ଯୁବତୀ ଅନୁରୋଧ କରିଛନ୍ତି । ଜଣେ ଯୁବତୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ଅନୁରୋଧ କରିଛନ୍ତି ଯେ ତାଙ୍କୁ ବହୁତ ଦିନ ଭଲ ପାଇ ଆସିଛନ୍ତି, ସେ ହତ୍ୟା ମାମଲାରେ ଜେଲରେ ରହିଛନ୍ତି । ତାଙ୍କୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରାଯାଉ, ଏହାଦ୍ୱାରା ସେ ତାଙ୍କ ପ୍ରେମିକଙ୍କ ସହ ବିବାହ କରିପାରିବେ । ନିଥା ନାମକ ଜଣେ ଯୁବତୀ କର୍ଣ୍ଣାଟକ ହାଇକୋର୍ଟରେ ହେବାକୁ ଥିବା ଶାଶୁଙ୍କ ସହ ଏକ ଯାଚିକା ଦାୟର କରିଥିଲେ । ଯାଚିକାରେ ସେ କହିଛନ୍ତି ଯେ ଗ୍ୟାରେଣ୍ଟି ଦେଉଛି ୧୫ ଦିନର ପାରୋଲରେ ତାଙ୍କର ପ୍ରେମିକ ଆନନ୍ଦ କୌଣସି ଏମିତି କିଛି କରିବେ ନାହିଁ ଯାହା ଦ୍ୱାରା ଆଇନ କିମ୍ୱା ପୁଲିସକୁ କୌଣସି ସମସ୍ୟା ହେବ ।

ଆନନ୍ଦଙ୍କ ମା’ ମଧ୍ୟ ଯାଚିକାରେ ସାମିଲ ରହିଛନ୍ତି । ସେ ଯାଚିକାରେ କହିଛନ୍ତି ଯେ ତାଙ୍କର ବୟସ ଅଧିକ ହୋଇଗଲାଣି । ହେଲେ ଏକ ସ୍ୱପ୍ନ ରହିଛି ଯେ ସେ ଜୀବିତ ଥିବା ବେଳେ ଆନନ୍ଦ ଓ ନୀଥାଙ୍କୁ ଏକା ସହ ଦେଖିବାକୁ ଚାହୁଁଛି । ଦୁଇ ଜଣ ଦୀର୍ଘ ଦିନ ଧରି ଭଲ ପାଉଛନ୍ତି । ବିଚାରପତି ଏମ ନାଗପ୍ରସନ୍ନା ପ୍ରଥମେ ଏହି ଦୁଇ ଜଣଙ୍କ ଯାଚିକା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଯେତେବେଳେ ଶୁଣାଣି ହୋଇଥିଲା ସେ ମଧ୍ୟ ନରମିଥିଲେ । ସେ ନିଥା ଓ ଜେଲରେ ବନ୍ଦୀ ଥିବା ଆନନ୍ଦଙ୍କ ମା’ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ଜେଲ ଅଧିକାରୀଙ୍କ ନିକଟରେ ଆବେଦନ କରନ୍ତୁ । କୋର୍ଟ ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଆନନ୍ଦଙ୍କୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରନ୍ତୁ । ଯାହାଦ୍ୱାରା ସେ ନିଥାଙ୍କୁ ବିବାହ କରିପାରିବେ । ଆନନ୍ଦ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ କଏଦୀ ନମ୍ୱର ୧୧୬୯୯ ଜେଲରେ ସଜା କାଟୁଛନ୍ତି । ତାଙ୍କୁ ବର୍ତ୍ତମାନ ୫ ଏପ୍ରିଲ ପୂର୍ବାହ୍ନରୁ ୨୦ ଏପ୍ରିଲ ୨୦ ସନ୍ଧ୍ୟା ଯାଏ ପାରୋଲରେ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ କହିଛନ୍ତି ସେ ଏମିତି କିଛି କାମ ନକରନ୍ତୁ ଯେମିତି କୌଣସି ସମସ୍ୟା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking