32.1 C
Bhubaneswar
Friday, October 18, 2024
Homeବଲିଉଡବାହୁବଳୀ-୨ ରେକର୍ଡକୁ ଭାଙ୍ଗିଦେଲା ଫିଲ୍ମ ପଠାନ; ବକସ ଅଫିସରେ ହେବ ଧମାଲ

ବାହୁବଳୀ-୨ ରେକର୍ଡକୁ ଭାଙ୍ଗିଦେଲା ଫିଲ୍ମ ପଠାନ; ବକସ ଅଫିସରେ ହେବ ଧମାଲ

ନୂଆଦିଲ୍ଲୀ: ଅଭିନେତା ଶାହରୁଖ ଖାନ, ଜନ ଅବ୍ରାହମ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର ‘ପଠାନ’ ରିଲିଜକୁ ଆଉ ଦୁଇଦିନ ବାକି ରହିଛି। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଅଦ୍ଭୁ୍ତ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ଖବର ଆସିଛି କି ଅଭିନେତା ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ ଅଗ୍ରୀମ ବୁକିଂରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ସିନେମା ‘ପଠାନ’ ଅଗ୍ରୀମ ବୁକିଂରେ ‘ବାହୁବଳୀ ୨’ ହିନ୍ଦୀର ରେକର୍ଡ ଭାଙ୍ଗିଛି। ୟଶ ରାଜ ଫିଲ୍ମ ‘ପଠାନ’ର ଅଗ୍ରୀମ ବୁକିଂରେ ୬ ଲକ୍ଷ ୬୩ ହଜାରରୁ ଅଧିକ ଟିକେଟ ବିକ୍ରି ହୋଇଥିବା ରିପୋର୍ଟ ମିଳିଛି।

ଏହି  କ୍ରମରେ ଦେଖିବାକୁ ଗଲେ ସିନେମା ‘ବାହୁବଳୀ ୨’ ରିଲିଜ ପୂର୍ବରୁ ୬.୫୦ ଲକ୍ଷ ଟିକେଟ ବିକ୍ରି ହୋଇଥିଲା। ତେବେ ଏହି ରେକର୍ଡକୁ ‘ପଠାନ’ ଭାଙ୍ଗି ଦେଇଛି। ସିନେମାଟି ତେଲୁଗୁ, ତାମିଲ ଭାଷାରେ ବି ରିଲିଜ ହେଉଛି। ତେଲୁଗୁ ସଂସ୍କରଣର ଅଗ୍ରୀମ ବୁକିଂ ଟିକେଟ ବିକ୍ରି ବହୁତ ଭଲ ଭାବେ ହେଉଛି ବୋଲି କୁହାଯାଉଛି।

ତେବେ ସିନେମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅଗ୍ରୀମ ଟିକେଟ ବୁକିଂରେ ଏହାର କିଛି ପ୍ରଭାବ ପଡ଼ିନାହିଁ। ଯାହାକି ‘ପଠାନ’ ସପକ୍ଷରେ ଥିବା ଦର୍ଶକଙ୍କ ପାଇଁ ଏକ ପ୍ରକାର ଖୁସି ଖବର ବୋଲି କୁହାଯାଉଛି। କାରଣ ଏବେ ବି  ‘ପଠାନ’କୁ ନେଇ ବିବାଦ ମୁଣ୍ଡ ଟେକିଛି।  ଯେଉଁ କାରଣରୁ କିଛି ଲୋକ ସିନେମାହଲ ଭଙ୍ଗାରୁଜା କରିବା ସହିତ ସିନେମା ପୋଷ୍ଟର ଫାଡ଼ି ଦେଇଥିଲେ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ପୁଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking