32.1 C
Bhubaneswar
Sunday, May 19, 2024
Homebuisness୧୯୪୭ ମସିହାରେ ପାକିସ୍ତାନରୁ ଭାରତକୁ ଆସିବା ପାଇଁ ଟ୍ରେନ ଭଡ଼ା ଥିଲା ଏତିକି ଟଙ୍କା

୧୯୪୭ ମସିହାରେ ପାକିସ୍ତାନରୁ ଭାରତକୁ ଆସିବା ପାଇଁ ଟ୍ରେନ ଭଡ଼ା ଥିଲା ଏତିକି ଟଙ୍କା

ନୂଆଦିଲ୍ଲୀ: ପୂର୍ବରୁ ଯେତେବେଳେ ଲୋକେ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ଯାତ୍ରା କରିବାକୁ ଯୋଜନା କରୁଥିଲେ,ସେତେବେଳେ ଟିକେଟ ବ୍ୟବସ୍ଥା ବହୁ ପୂର୍ବରୁ କରିବାକୁ ପଡ଼ୁଥିଲା। ଏପରି କରିବାର ପ୍ରଥମ କାରଣ ହେଉଛି ଟିକେଟ ସେସମୟରେ ବହୁତ ମହଙ୍ଗା ରହୁଥିଲା।  ଦ୍ୱିତୀୟରେ କମ ଟିକେଟ୍ ଥିବାରୁ ବହୁତ ଗଣ୍ଡଗୋଳ ବି ହେଉଥିଲା। କିନ୍ତୁ ଏବେ ବିମାନ ଯାତ୍ରା ଠାରୁ ଆରମ୍ଭ କରି ଟ୍ରେନ ଟିକେଟ କାଟିବାକୁ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ। କିିଛି ସମୟ ମଧ୍ୟରେ ସହଜରେ ଟିକେଟ କାଟି ହୋଇପାରୁଛି।

କିନ୍ତୁ ଆପଣ କେବେ ଭାବିଛନ୍ତି କି ଯେତେବେଳେ ଭାରତ ସ୍ୱାଧୀନ ହେଲା ସେତେବେଳେ ଟ୍ରେନ୍ ଟିକେଟ୍ ମୂଲ୍ୟ କେତେ ଥିଲା? ନିକଟରେ ଏଭଳି ଏକ ଟିକେଟର ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ପାକିସ୍ତାନରୁ ଭାରତକୁ ଆସିବା ପାଇଁ କେତେ ଟଙ୍କା ଭଡ଼ା ଥିଲା ତାହା ସେଥିରେ ଦେଖିବାକୁ ମିଳୁଛି। ବାସ୍ତବରେ, ଏହି ଟିକେଟକୁ ପାକିସ୍ତାନର ରେଳ ଲଭର୍ସ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଫେସବୁକରେ ସେୟାର କରିଛନ୍ତି। ଏହି ଟିକେଟ୍ ଭାରତର ସ୍ୱାଧୀନତା ପରର ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଏହି ଟ୍ରେନ୍ ଟିକେଟ୍ ୧୯୪୭ ମସିହା  ସେପ୍ଟେମ୍ବର ୧୭ରେ କିଣାଯାଇଥିଲା।  ସେହି ସମୟରେ କୌଣସି ଡିଜିଟାଇଜେସନ୍ ନଥିବାରୁ ଟିକେଟ୍ ଉପରେ ଥିବା ଷ୍ଟାମ୍ପଟି କଲମ ବ୍ୟବହାର କରି ହାତରେ ଲେଖାଯାଇଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking