32.1 C
Bhubaneswar
Saturday, June 22, 2024
Homeଖେଳଏଫ୍‌ଆଇଏଚ୍ ମହିଳା ପ୍ରୋ ଲିଗ୍‌; ଭାରତର ଲଗାତାର ସପ୍ତମ ପରାଜୟ

ଏଫ୍‌ଆଇଏଚ୍ ମହିଳା ପ୍ରୋ ଲିଗ୍‌; ଭାରତର ଲଗାତାର ସପ୍ତମ ପରାଜୟ

ନୂଆଦିଲ୍ଲୀ:  ୟୁରୋପ ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଲଗାତାର ସପ୍ତମ ପରାଜୟ ବରଣ କରିଛି । ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍ ୨-୪ରେ ଜର୍ମାନୀଠାରୁ ପରାଜିତ ହୋଇଛି । ସୁନେଲିତା ୯ମ ଏବଂ ଦୀପିକା ୧୫ଶ ମିନିଟ୍‌ରେ ଚମତ୍କାର ଫିଲ୍ଡ ଗୋଲ୍ ବଳରେ ୨-୦ରେ ଆଗୁଆ କରିବାକୁ ସହିତ ଟିମ୍‌ର ମନୋବଳ ବୃଦ୍ଧି କରିଥିଲେ । ମାତ୍ର ଭିକ୍ଟୋରିଆ ହୁଜ୍ ୨୩ତମ ଏବଂ ୩୨ତମ ମିନିଟ୍‌ରେ ଦୁଇଟି ପେନାଲ୍ଟି କର୍ଣ୍ଣର୍ ପରିବର୍ତ୍ତନ କରି ସ୍ଥିତି ସମାନ କରିଥିଲେ । ଏହାପରେ ଷ୍ଟିନ୍ କୁର୍ଜ ୫ମତମ ଓ ୫୫ତମ ମିନିଟ୍‌ରେ ଦୁଇଟି ଗୋଲ୍ କରି ଜର୍ମାନୀକୁ ବିଜୟ ଦେଇଥିଲେ । କୁର୍ଜଙ୍କ ପ୍ରଥମ ଗୋଲ୍ ପେନାଲ୍ଟି କର୍ଣ୍ଣର୍‌ରୁ ଆସିଥିବା ବେଳେ ଦ୍ୱିତୀୟଟି ଫିଲ୍ଡ ଗୋଲ୍ ଥିଲା । ଏହା ପୂର୍ବରୁ ଗତ ମାସରେ ଭାରତ ଆଣ୍ଟେ୍ୱର୍ପରେ ବେଲ୍‌ଜିୟମ୍ ଏବଂ ଆର୍ଜେଣ୍ଟିନା ବିପକ୍ଷ ଚାରିଟି ମ୍ୟାଚ୍ ହାରିବା ପରେ ଗତ ସପ୍ତାହରେ ଜର୍ମାନୀଠାରୁ (୧-୩) ଏବଂ ଗ୍ରେଟ୍ ବ୍ରିଟେନ୍‌ଠାରୁ (୨-୩) ପରାଜିତ ହୋଇଥିଲା । ୟୁରୋପ ଗସ୍ତରେ ଭାରତ ନିଜର ଅନ୍ତିମ ପ୍ରୋ ଲିଗ୍ ମ୍ୟାଚ୍ ରବିଚାର ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking