27.1 C
Bhubaneswar
Sunday, September 8, 2024
Homeଖେଳଫିଫା ମହିଳା ବିଶ୍ୱକପ; ଇଂଲଣ୍ଡ ଓ ଚୀନ୍ ବିଜୟୀ

ଫିଫା ମହିଳା ବିଶ୍ୱକପ; ଇଂଲଣ୍ଡ ଓ ଚୀନ୍ ବିଜୟୀ

ସିଡ୍‌ନୀ: ଚଳିତ ଫିଫା ମହିଳା ବିଶ୍ୱକପ୍‌ରେ ଶୁକ୍ରବାର ଗ୍ରୁପ୍‌-ଡି’ରେ ଇଂଲଣ୍ଡ ଓ ଚୀନ୍ ବିଜୟୀ ହୋଇଛନ୍ତି । ସିଡ୍‌ନୀର ଆଲିଆଞ୍ଜ୍ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ୧-୦ ଗୋଲ୍‌ରେ ଡେନ୍‌ମାର୍କକୁ ପରାସ୍ତ କରିଛି । ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ଷଷ୍ଠ ମିନିଟ୍‌ରେ ଲୌରେନ୍ ଜେମ୍ସ ସ୍କୋର୍ କରିଥିଲେ । ଏଥିସହ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ସେହିପରି ଡେନ୍‌ମାର୍କ ପ୍ରତିଯୋଗିତାରେ ତା’ର ପ୍ରଥମ ଥର ପରାସ୍ତ ହୋଇଛି । ଅନ୍ୟପକ୍ଷରେ ଆଡିଲେଡ୍‌ର ହିଣ୍ଡ୍‌ମାର୍ଶ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚୀନ୍ ସହ ହାଇତିର ମୁକାବିଲା ହୋଇଥିଲା । ଏଥିରେ ୨୯ତମ ମିନିଟ୍‌ରେ ଝାଙ୍ଗ୍ ରୁଇଙ୍କୁ ରେଫରି ରେଡ୍ କାର୍ଡ ଦେଖାଇବାରୁ ମ୍ୟାଚ୍‌ର ଅବଶିଷ୍ଟ ସମୟରେ ଚୀନ୍‌କୁ ୧୦ ଜଣରେ ଖେଳିବାକୁ ପଡ଼ିଥିଲା । କିନ୍ତୁ ହାଇତି ଏହାର କୌଣସି ଫାଇଦା ନେଇପାରି ନ ଥିଲା । ଦ୍ୱିତୀୟାର୍ଦ୍ଧ ଖେଳରେ ପେନାଲ୍‌ଟିରୁ ଗୋଲ୍ ଦେଇ ୱାଙ୍ଗ୍ ଶୁଆଙ୍ଗ୍ ଚୀନ୍‌କୁ ଆଗୁଆ କରାଇଥିଲେ ।

ଶେଷରେ ଏହି ଗୋଲ୍‌ଟି ଦଳ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଏଥିସହ ଦ୍ୱିତୀୟ ମ୍ୟାଚ୍‌ରେ ଚୀନ୍ ପ୍ରଥମ ବିଜୟ ଅର୍ଜନ କରିଛି । ଏହାଛଡ଼ା ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ଜି’ର ଏକ ମ୍ୟାଚ୍ ଡ୍ର’ ରହିଛି । ଡୁନେଡିନ୍‌ର ଫେର୍‌ସିଥ୍ ବାର୍ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ସାଉଥ୍ ଆଫ୍ରିକାର ମୁକାବିଲା ହୋଇଥିôବା ବେଳେ ଏଥିରେ ଉଭୟ ପକ୍ଷ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ । ଆର୍ଜେଣ୍ଟିନା ପକ୍ଷରୁ ୭୪ତମ ମିନିଟ୍‌ରେ ସୋଫିଆ ବ୍ରାଉନ୍ ଓ ୭୯ତମ ମିନିଟ୍‌ରେ ରୋମିନା ନୁନେଜ୍ ଗୋଲ୍ ଦେଇଥିଲେ । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ପାଇଁ ୩୦ତମ ମିନିଟ୍‌ରେ ଲିଣ୍ଡା ମୋଟିହାଲୋ ଓ ୬୬ତମ ମିନିଟ୍‌ରେ ଥେମ୍ବି କାଟ୍‌ଲାନା ଗୋଲ୍ ସ୍କୋର୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking