28.1 C
Bhubaneswar
Saturday, July 27, 2024
Homeଖେଳଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଆପୋଲୋ ହସ୍ପିଟାଲ୍ସ ଅଫିସିଆଲ୍ ସପ୍ଲାୟର୍

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଆପୋଲୋ ହସ୍ପିଟାଲ୍ସ ଅଫିସିଆଲ୍ ସପ୍ଲାୟର୍

ଚେନ୍ନାଇ: ଆସନ୍ତା ଅଗଷ୍ଟରେ ଚେନ୍ନାଇଠାରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ୍ ପାଇଁ ଶୁକ୍ରବାର ଆପୋଲୋ ହସ୍ପିଟାଲ୍ସକୁ ଅଫିସିଆଲ୍ ସପ୍ଲାୟର୍ ଭାବେ ମନୋନୀତ କରାଯାଇଛି । ଏହି ହସ୍ପିଟାଲ୍ସ ମେଡିକାଲ୍ ପାର୍ଟନର୍ ଭାବେ ପ୍ରତିଯୋଗିତା ପାଇଁ ଆବଶ୍ୟକ ଚିକିତ୍ସାଜନିତ ସହାୟତା ଯୋଗାଇଦେବ । ଭାରତରେ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ଆପୋଲୋ ହସ୍ପିଟାଲ୍ସ ଯଥେଷ୍ଟ ଆଗରେ ରହିଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ହସ୍ପିଟାଲ୍ସର ବହୁମୁଖୀ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେଉଛି । ୧୯୮୩ରେ ଡ. ପ୍ରତାପ ଚନ୍ଦ୍ର ରେଡ୍ଡୀଙ୍କ ଦ୍ୱାରା ଚେନ୍ନାଇରେ ପ୍ରତିଷ୍ଠିତ ଏହି ହସ୍ପିଟାଲ୍ ଇତିମଧ୍ୟରେ ଦେଶର ପ୍ରମୁଖ ହସ୍ପିଟାଲ୍ ମଧ୍ୟରେ ସାମିଲ୍ ହୋଇସାରିଛି । ଦେଶର ବିଭିନ୍ନ ଅଞ୍ଚଳରେ ଏହାର ୭୨ଟି ହସ୍ପିଟାଲ୍ ରହିଥିବା ବେଳେ ସେଥିରେ ୧୨ ହଜାରରୁ ଊର୍ଦ୍ଧ୍ୱ ଶଯ୍ୟା, ୫ ହଜାର ଫାର୍ମାସୀ, ୪ ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ୧୨୨୮ ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ ରହିଛି ।

ଆପୋଲୋ ଅଫିସିଆର୍ ସପ୍ଲାୟର୍ ଭାବେ ମନୋନୀତ ହେବା ନେଇ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେଉଥିବା ପ୍ରତିଟି ସଦସ୍ୟଙ୍କୁ ଏହି ହସ୍ପିଟାଲ୍ ଉପଯୁକ୍ତ ଓ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସକ୍ଷମ ହେବ ବୋଲି ଆଶା କରିଛନ୍ତି । ସେହିପରି ଆପୋଲୋ ହସ୍ପିଟାଲ୍ସ ସିଇଓ ଭି. ନବୀନ କହିଛନ୍ତି ଯେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପରି ଏକ ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ୍ ସହ ଯୋଡ଼ିହେବା ଆମ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ । ଏହି ଟୁର୍ଣ୍ଣାମେଣ୍ଟ୍‌କୁ ପ୍ରଶଂସକମାନେ ଭରପୂର ଉପଭୋଗ କରିବେ ଓ ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ସେ ଆଶା କରିଛନ୍ତି । ସୂଚନାଯୋଗ୍ୟ ଯେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ଅଗଷ୍ଟ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ, ଯେଉଁଥିରେ ପୁଲ୍ ପର୍ଯ୍ୟାୟରେ ଭାରତ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚୀନ୍ ବିପକ୍ଷରେ ଲଢ଼େଇ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking