38.1 C
Bhubaneswar
Friday, April 26, 2024
Homeଅପରାଧଶ୍ୱଶୁର ଘରେ କଳାକନା ବୁଲାଇଲା ଜ୍ୱାଇଁ

ଶ୍ୱଶୁର ଘରେ କଳାକନା ବୁଲାଇଲା ଜ୍ୱାଇଁ

ଚନ୍ଦ୍ରଶେଖରପୁର: ଶ୍ୱଶୁର ଘରୁ ଚୋରି କରି ଜ୍ୱାଇଁ ଗିରଫ ହୋଇଛନ୍ତି । ତାଙ୍କ ନାମ ଚନ୍ଦା ଓରଫ ରାଜା ଓରଫ ପ୍ରଦୀପ କୁମାର ପାଢ଼ୀ(୩୨) । ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଫକୀରପୁର । ସେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ରାଧାକୃଷ୍ଣ ଲେନ୍‌ ବସ୍ତିରେ ରହୁଥିଲେ । ତାଙ୍କ ଠାରୁ ସୁନା ଅଳଙ୍କାର ଓ ଲାପ୍‌ଟପ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡରେ ରହୁଥିବା ବାବୁ ସେଠୀଙ୍କ ପରିବାର ଗତ ୩ ତାରିଖରେ ଜଣେ ବନ୍ଧୁଙ୍କ ଘରକୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେମାନେ ଫେରିବା ବେଳକୁ ଆଲମିରା ତାଲା ଭାଙ୍ଗି କେହି ସୁନା ଚେନ୍‌, ସୁନା ମୁଦି ଓ ଏକ ଲାପ୍‌ଟପ ନେଇ ଯାଇଥିବା ଜଣା ପଡ଼ିଥିଲା । ଏନେଇ ଶ୍ରୀ ସେଠୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ରାଜାଙ୍କୁ ପଚରାଉଚରା ବେଳେ ସେ ଶ୍ୱଶୁର ଘରୁ ଚୋରି କରିଥିବା ମାନି ଯାଇଥିଲେ । ତାଙ୍କ ଘରୁ ଚୋରି ସାମଗ୍ରୀ ଜବତ ହୋଇଥିଲା । ରାଜା ଜଣେ ନିଶାଗ୍ରସ୍ତ ଯୁବକ । ତାଙ୍କର କିଛି ରୋଜଗାର ନ ଥିବାରୁ ସେ ସବୁବେଳେ ସ୍ତ୍ରୀଙ୍କୁ ମାର୍‌ଧର କରନ୍ତି । ତେଣୁ ଶ୍ୱଶୁରଙ୍କ ସହ ତାଙ୍କର ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଘଟଣା ଦିନ ରାଜା ଶ୍ୱଶୁର ଘରେ ଲୁଚି ରହିଥିଲେ । ଶ୍ୱଶୁର ଘର ଲୋକେ ବନ୍ଧୁ ଘରକୁ ଯାଇଥିବା ବେଳେ ରାଜା ତାଙ୍କ ଘରୁ ଚୋରି କରି ପଳାଇଥିଲେ । ରାଜାଙ୍କ ନାମରେ କେବଳ ଚନ୍ଦ୍ରଶେଖରପୁର ଥାନାରେ ୫ଟି ଚୋରି ମାମଲା ରହିଛି ।ଗୁରୁବାର ରାଜାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking