35.1 C
Bhubaneswar
Tuesday, April 23, 2024
Homeଅପରାଧବୋହୂ ଇଜ୍ଜତକୁ ବିକି ଦେଲା ଶାଶୂ

ବୋହୂ ଇଜ୍ଜତକୁ ବିକି ଦେଲା ଶାଶୂ

ଜଳେଶ୍ୱର: ବୋହୂକୁ ଗୁଣିଆ ହାତରେ ବିକ୍ରି କରି ଦେଲେ ଶାଶୂ । ଗୁଣିଆ ଜଣକ ଦିନେ କି ଦୁଇ ଦିନ ନୁହେଁ ଉକ୍ତ ମହିଳାଙ୍କୁ ଦୀର୍ଘ ୮୦ ଦିନ ଧରି ଦୁଷ୍କର୍ମ କରିଥିଲା । ଶାଶୂର ସହମତିରେ ଦୀର୍ଘ ୮୦ ଦିନ ଧରି ତାଙ୍କୁ ଦୁଷ୍କର୍ମ ଓ ମାନସିକ ନିର୍ଯାତନା ଦିଆ ଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ବୋହୂ । ଏମିତି ଏକ ସମ୍ବେଦନଶୀଳ ଅଭିଯୋଗ ଆଣି ଜଣେ ୨୨ ବର୍ଷିୟା ବିବାହିତା ମହିଳା ଗତ ଗୁରୁବାର ଜଳେଶ୍ୱର ଥାନା ଦ୍ୱାରସ୍ଥ ହୋଇଛନ୍ତି । ପୀଡ଼ିତା ମହିଳାଙ୍କ ଘର ଜଳେଶ୍ୱର ଥାନା ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ଶ୍ୱଶୁରଙ୍କ ଘର ରାଇବଣିଆ ଥାନା ଅଞ୍ଚଳରେ ।

ଅଭିଯୋଗ ଅନୁସାରେ, ଜଳେଶ୍ୱର ଥାନା ଅଞ୍ଚଳର ପୀଡ଼ିତା ମହିଳା ରାଇବଣିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ୨୦୧୭ ମସିହାରେ ବୈଦିକ ରୀତିମତେ ବିବାହ କରିଥିଲେ । ବିବାହ ପରେ ପ୍ରାୟ ୬ ମାସ ଧରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଥିଲା । ଏହାପରେ ସ୍ୱାମୀ ଅଧିକ ୩ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଦାବି କଲେ । ଏଥିରେ ଅରାଜି ହେବାରୁ ମହିଳାଙ୍କ ସହ ସ୍ୱାମୀ ସମ୍ପର୍କ ଛିନ୍ନ କରିଦେଲେ । ସ୍ୱାମୀଙ୍କ ସହିତ ସଂପର୍କଭଲ ରହିବ କହି ଶାଶୂ ବୁଝାଇସୁଝାଇ ବୋହୂଙ୍କୁ ଭୋଗରାଇ ଥାନା କଖଡା ଗ୍ରାମର ଗୁଣିଆ ଏସ୍‌କେ ତୋରାଫ ପାଖକୁ ନେଇ ଯାଇଥିଲେ ।

ସେଠାରେ ଶାଶୂ ଆଗରେ ଗୁଣିଆ ମହିଳାଙ୍କର ଅଢେଇ ବର୍ଷର ପୁଅକୁ ବନ୍ଧକ ରଖିଥିଲା । ପରେ ଶାଶୂର ସହମତିରେ ବୋହୂଙ୍କୁ ଗୁଣିଆ ଦୁଷ୍କର୍ମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେଠାରୁ ବୋହୂଙ୍କୁ ଶାଶୂ ଘରକୁ ଫେରାଇ ଆଣି ପରେ ବାପ ଘରକୁ ବାଧ୍ୟ କରି ପଠାଇ ଦେଇଥିଲା । ୮ଦିନ ପରେ ପୁଣି ଚାକିରି ହୋଇଛି ବୋଲି କହି ବୋହୂଙ୍କୁ ଶାଶୂ ଡାକି ଆଣିଥିଲା । ପରେ ସେହି ଗୁଣିଆ ଏସ କେ ତୋରାଫକୁ ବିକ୍ରି କରି ଦେଇଥିଲା । ମାଆ ଓ ପୁଅକୁ ଗୁଣିଆ ୮୦ ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ଚିତ୍ରଡା ଅଞ୍ଚଳରେ ଏକ ବନ୍ଦ ଘରେ ବନ୍ଧକ ରଖି ବାରମ୍ବାର ଦୁଷ୍କର୍ମ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା ।

ପୁଅକୁ ପିଟାମରା କରିବା ଫଳରେ ତାର ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିଲା । କୌଶଳକ୍ରମେ ମହିଳା ଜଣକ ସେଠାରୁ ଗତ ୨୮ ତାରିଖରେ ଖସି ଆସିଥିଲେ । ଗତକାଲି ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗମୂଳେ ଜଳେଶ୍ୱର ଥାନାରେ କେସ ନଂ. ୧୬୯/୨୨ରେ ପୁଲିସ ଏକ ମାମଲା ରୁଜୁ କରିଛି । ଏନେଇ ତଦନ୍ତ ଜାରି ରହିଛି, ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜଳେଶ୍ୱର ଥାନା ଆଇଆଇସି ରୋଜାଲିନ ବେହେରା କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ, ଶାଶୂ ଓ ଗୁଣିଆକୁ ତୁରନ୍ତ ଗିରଫ କରି ଉଚିତ ଦଣ୍ଡ ଦେବାକୁ ମହିଳା ଜଣକ ବାଲେଶ୍ୱର ଏସପି ଓ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking