ଗଞ୍ଜାମ : ପୁଅ ପାଇଁ ବିଷ ପିଇଲେ ବାପା-ମାଆ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଗୌତମୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗୌତମୀ ଗାଁର ଜଣେ ଯୁବକ ସମସ୍ତଙ୍କୁ ଚାକିରୀ ଦେବା କହି ସେମାନଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ । ଟଙ୍କା ନେଇ ଗଲା ପରେ ସେମାନଙ୍କୁ ଚାକିରୀ ଦେଇନଥିଲେ । ଟଙ୍କା ଦେଇଥିବା ଯୁବକମାନେ ତାଙ୍କ ଘରେ ଟଙ୍କା ଫେରାଓ ବୋଲି ମଧ୍ୟ କହିଥିଲେ । ପ୍ରତିଦିନ ଟଙ୍କା ଦେଇଥିବା ଲୋକ ଉକ୍ତ ଯୁବକଙ୍କ ଘରେ ପହଞ୍ଚନ୍ତି । ଏହି କାର୍ଯ୍ୟରେ ବାପା-ମାଆ ଉଭୟ ଅତିଷ୍ଠ ହୋଇ ବିଷ ପିଇ ଦେଇଛନ୍ତି । ସ୍ଥାନୀୟ ଲୋକ ତୁରନ୍ତ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ତ୍ରୀ ମୃତ୍ୟୁ ହୋଇଯାଇଥିଲା । ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ପୁଅର କୌଣସି ଖୋଜ ଖବର ମିଳୁନଥିବା ସୂଚନା ମିଳିଛି ।