35.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଇରାନରେ ହମାସର ରାଜନୈତିକ ମୁଖ୍ୟ ନେତା ଇସମାଇଲ ହନିୟେଙ୍କୁ ହତ୍ୟା

ଇରାନରେ ହମାସର ରାଜନୈତିକ ମୁଖ୍ୟ ନେତା ଇସମାଇଲ ହନିୟେଙ୍କୁ ହତ୍ୟା

ନୂଆଦିଲ୍ଲୀ : ଇରାନର ରାଜଧାନୀ ତେହେରାନରେ ହାମାସର ରାଜନୈତିକ ମୁଖ୍ୟ ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି। ସେମାନେ ରହୁଥିବା ବାସଭବନକୁ ଟାର୍ଗେଟ କରାଯିବା ପରେ ହମାସର ମୁଖ୍ୟ ନେତା ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି ବୋଲି ଇରାନର ଇସଲାମିକ ରିଭୋଲ୍ୟୁସନାନୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବିବୃତିରେ କହିଛି। ଏହି ବିବୃତି ରେଉଟର୍ସରେ ପୋଷ୍ଟ୍‌ ହୋଇଥିବା ଦେଖିବାକୁ ମିଳିଛି। ଗାଜାରେ ଇସ୍ରାଏଲ ସହିତ ଯୁଦ୍ଧରେ ନିୟୋଜିତ ଥିବା ପାଲେଷ୍ଟାଇନର ସଂଗଠନ ହମାସ କହିଛି ଯେ ଇସ୍ରାଏଲ ଆକ୍ରମଣରେ ତେହେରାନରେ ଥିବା ତାଙ୍କ ବାସଭବନରେ ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି। ତେବେ ମଙ୍ଗଳବାର ଦିନ କତାରରେ ଏକ୍ସାଇଲ୍‌ରୁ ହାମାସର ରାଜନୈତି ଅଭିଯାନକୁ ନେତୃତ୍ବ ନେବାକୁ ଥିବା ହନିୟେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇଥିଲେ। ସେ ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନେଙ୍କୁ ମଧ୍ୟ ଭେଟିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking