ଭୁବନେଶ୍ୱର: ନୂଆପଡା ଏନଏସିର ସାଲେଭଟା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଗାଧୋଇବା ବେଳେ ପୋଖରୀରେ ବୁଡି ୫ ବର୍ଷର ଝିଅ ଓ ବାପାଙ୍କର ମୃତ୍ୟୁ ହୋଇଛି । ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଗାଁ ଲୋକେ । ବହୁ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହା ମଧ୍ୟରେ ପୋଖରୀ କୂଳରେ ଚପଲ, ଗାମୁଛା ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ପାରିପାଶ୍ୱର୍କ ସ୍ଥିତିରୁ ବୁଡି ଯାଉଥିବା ଝିଅକୁ ଉଦ୍ଧାର କରିବାକୁ ଯାଇ ବାପାର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଏହି ଦୁଃଖଦ ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।