37.1 C
Bhubaneswar
Sunday, April 28, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ

ନୂଆଦିଲ୍ଲୀ: ଅଧାରେ ରହିଲା ବଡ଼ ଦେଉଳ  ଯାଇ ଜଗା ଦର୍ଶନ । କାଳିଆ ପାଖରେ ପହଁଞ୍ଚିବା ପୂର୍ବରୁ ଅଧା ବାଟରେ ଚାଲିଗଲା ୩ ଜୀବନ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଧର୍ମଶାଳା ଥାମା ମାନତିରା ଗ୍ରାମର  ଅଭିଷେକ ସର, ଜଗତପୁର ଅଞ୍ଚଳର  ଦେବାଷିଶ ନାୟକ ଓ ଧର୍ମଶାଳା ବ୍ଲକ ଚଡ଼େଇଧରାର ଅଞ୍ଚଳ ସାହୁ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ସାଙ୍ଗ ହୋଇ ଏକ ପଲସର ବାଇକ  ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ । ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଠିକ୍ ଏହି ସମୟରେ ଏକ ଅଜଣା ଗାଡ଼ି ଉପରରୁ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜି ଥିଲେ ତିନି ସାଙ୍ଗ । ତେବେ ଖବର ପାଇଁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ବିଷୟରେ କୌଣସି ସୂଚନା ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଗଜପତି ଜିଲ୍ଲା ପାରଲାଖେମୁଣ୍ତି ଉପକଣ୍ଠ ରାଣୀପେଣ୍ଠ ଛକ ନିକଟରେ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ ବଡ଼ବାରଡ଼ା ଗ୍ରାମର ଯଶମନ୍ତ ଗମାଙ୍କ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ତାମିଲନାଡୁ ନେଗେରକୋଲି ଅଞ୍ଚଳରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ମେଲୋଡି ପାର୍ଟିରୁ ୧୨ରୁ ଅଧିକ ଲୋକେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାରି କାର ଯୋଗେ ତାମିଲନାଡୁ ଫେରୁଥିଲେ । ନେଗେରକୋଲି ଅଞ୍ଚଳ ଲାୟମ୍ ଜଙ୍କସନ ନିକଟରେ ପହଞ୍ଚିବା ବେଳେ ଆଗରେ ଯାଉଥିବା ଏକ ବସକୁ ପଛ ପଟୁ ଧକ୍କା ଦେଇ କାରଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା ।  ଏହି ଭୟଙ୍କର ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ । ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଜାରି ରଖିଛି ପୋଲିସ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking