28.1 C
Bhubaneswar
Monday, May 13, 2024
Homeଦେଶ ବିଦେଶସେକା ରୁଟି ସଉକ ଥିଲେ ସାବଧାନ! କ୍ୟାନସର୍ ହେବାର ସମ୍ଭାବନା ଅଧିକ

ସେକା ରୁଟି ସଉକ ଥିଲେ ସାବଧାନ! କ୍ୟାନସର୍ ହେବାର ସମ୍ଭାବନା ଅଧିକ

ନୂଆଦିଲ୍ଲୀ: ତାୱାରେ ଦର ସେକା, ଆଉ ଆଞ୍ଚରେ ରଖି ଦେଲେ ବେଙ୍ଗଭଳି ଫୁଲୁଥିବ। ଫୁଲୁକା ରୁଟିର ସ୍ବାଦ ନିଆରା । ହେଲେ ସ୍ବାଦକୁ ପଛରେ ପକାଇ ଏବେ ଉଠିଛି ସ୍ବାସ୍ଥ୍ୟର କଥା । ଏନଭାର୍ଣ୍ଣମେଣ୍ଟାଲ୍ ସାଇନ୍ସ ଏବଂ ଟେକ୍ନୋଲଜି ପତ୍ରିକାରେ, ରୁଟିକୁ ନେଇ ଏମିତି କିଛି ରିପୋର୍ଟ ପ୍ରକାଶ ପାଇଛି, ଯାହା ସାଧାରଣରେ ଭୟ ସୃଷ୍ଟି କଲା ଭଳି । ରୁଟିକୁ ସିଧାସଳଖ ନିଆଁରେ, ବିଶେଷକରି ଗ୍ୟାସ୍ ଷ୍ଟୋଭରେ ସେକିଲେ, କ୍ୟାନସର ହେବାର ସମ୍ଭାବନା ଅଧିକ ଥିବା, ରିପୋର୍ଟ ପ୍ରକାଶ କରିଛି ଏନଭାର୍ଣ୍ଣମେଣ୍ଟାଲ୍ ସାଇନ୍ସ ଓ ଟେକ୍ନୋଲଜି ପତ୍ରିକା । ରିପୋର୍ଟରେ କୁହାଯାଇଛି ଯେ, ରୁଟିକୁ ସିଧାସଳଖ ନିଆଁରେ ଦେଖାଇ, ବେଙ୍ଗ ଭଳି ଫୁଲାଇବା ସ୍ବାସ୍ଥ୍ୟ ପକ୍ଷେ ହିତକର ନୁହେଁ । ଏହାଦ୍ବାରା ହେଟେରୋସାଇକ୍ଲିକ୍ ଏମିନ୍ସ ଏବଂ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ଭଳି କ୍ଷତିକାରକ କାର୍ସିଓଜେନ୍ ସୃଷ୍ଟି ହୋଇଥାଏ ।ଖାଲି ସେତିକି ନୁହେଁ ନିଆଁ ଝାସ ଦ୍ବାରା କାର୍ବନ ମୋନୋକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ମଧ୍ୟ ବାହାରିଥାଏ, ଯାହା ଶ୍ବାସକ୍ରିୟା ପାଇଁ ଆଦୌ ହିତକର ନୁହେଁ । ତେଣୁ ରୁଟିକୁ ସିଧାସଳଖ ନିଆଁରେ ସେକିଲେ, ଶ୍ବାସକ୍ରିୟାଜନିତ ସମସ୍ୟା ସହ ବିଭିନ୍ନ ପ୍ରକାର କ୍ୟାନସର, ବିଶେଷକରି ପ୍ରୋଷ୍ଟେଟ୍ କ୍ୟାନସର୍ ହେବାର ସମ୍ଭାବନା ଅଧିକ ଥିବା ଏନଭାର୍ଣ୍ଣମେଣ୍ଟାଲ୍ ସାଇନ୍ସ ଓ ଟେକ୍ନୋଲଜିର ରିପୋର୍ଟରେ ପ୍ରକାଶ ପାଇଛି ।

ତେବେ ସତରେ କଣ ସେକା ରୁଟି ଖାଇଲେ କ୍ୟାନସର୍ ହେବାର ସମ୍ଭାବନା ରହୁଛି ! ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲର ବରିଷ୍ଠ ଅଙ୍କୋଲଜିଷ୍ଟ ଡକ୍ଟର ଶ୍ୟାମ ଅଗ୍ରୱାଲଙ୍କ ମତରେ, ଏହାକୁ କ୍ୟାନସର ଯୋଡ଼ିବା ସମ୍ପୂର୍ଣ୍ଣ ଠିକ ହେବ ନାହିଁ । ସିଧାସଳଖ ନିଆଁରେ ଯେ କୌଣସି ଖାଦ୍ୟକୁ ସେକିଲେ ହେଟେରୋସାଇକ୍ଲିକ୍ ଏମିନ୍ସ ଏବଂ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ଭଳି କାର୍ସିଓଜେନ୍ ସୃଷ୍ଟି ହୋଇଥାଏ, ଯାହା ମାନବ ଶରୀରର ଊଘଇରେ ପରିବର୍ତ୍ତନ ଆଣିଥାଏ ।

ଊଘଇ କ୍ଷତିଗ୍ରସ୍ତ ହେଲେ ଯେ, କ୍ୟାନସର୍ ହେବ, ତାହାର କିଛି ଯଥାର୍ଥତା ନାହିଁ । କାରଣ, ଯଦି ଊଘଇ କ୍ଷତିଗ୍ରସ୍ତ ହୁଏ, ତେବେ ତାକୁ ସୁଧାରିବାକୁ ଆମ ଶରୀରରେ ସ୍ବତନ୍ତ୍ର ପ୍ରକ୍ରିୟା ରହିଛି । ତେଣୁ ଏନଭାର୍ଣ୍ଣମେଣ୍ଟାଲ୍ ସାଇନ୍ସ ଓ ଟେକ୍ନୋଲଜିର ରିପୋର୍ଟକୁ ନେଇ ଚିନ୍ତା କିମ୍ବା ବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ଶ୍ୟାମ ଅଗ୍ରୱାଲ । ଯଦି ମନୁଷ୍ୟ ଶରୀର ମଧ୍ୟକୁ ମାତ୍ରାଧିକ କାର୍ସିଓଜେନ୍ ଯାଏ, ତେବେ କ୍ୟାନସର ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।…

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking