27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୫ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୫ ମୃତ

କାସଗଞ୍ଜ: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଗଙ୍ଗାସ୍ନାନ ପାଇଁ ଗ୍ରାମବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଟ୍ରାକ୍ଟର୍‌-ଟ୍ରଲି ଆଜି ସଡ଼କ ଦୁର୍ଘଟଣା ଯୋଗୁଁ ଜଳାଶୟରେ ଖସିପଡ଼ିବାରୁ ଅୂନ୍ୟନ ୧୫ଜଣଙ୍କର ମୃତ୍ୟୁ ଘଟିଛି। ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇବା ପାଇଁ ଗ୍ରାମର ଅଧିକାଂଶ ମହିଳା ଓ ପିଲା ସେ ଟ୍ରାକ୍ଟର୍‌-ଟ୍ରଲିରେ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ଓ ୭ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ କାସଗଞ୍ଜ ପଟିୟାଲୀ ଦରିୟାଓଗଞ୍ଜ ରାସ୍ତାରେ ଯାଉଥିବା ଉକ୍ତ ଟ୍ରାକ୍ଟର୍‌-ଟ୍ରଲି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଜଳାଶୟରେ ପଡ଼ିଯାଇଥିଲା। ସେଥିରେ ଥିବା ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଗ୍ରାମବାସୀ ଧାଇଁ ଆସିଥିଲେ। ସ୍ଥାନୀୟ ଜନସାଧାରଣ ଓ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ଜଳାଶୟରୁ ଉଦ୍ଧାର କରାଯାଇଥିବା ଶବଗୁଡ଼ିକୁ ପଟିୟାଲୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking