36.7 C
Bhubaneswar
Tuesday, April 16, 2024
Homeଓଡିଶାଚାଷୀଙ୍କୁ ଘାରିଛି ପୋକ ଚିନ୍ତା

ଚାଷୀଙ୍କୁ ଘାରିଛି ପୋକ ଚିନ୍ତା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଣ୍ଡରାଗୁଡା ଦରଲିପଡା ଓ ପତିଗୁଡା ରେ ରୋଗ ପୋକ ପ୍ରାଦୁର୍ଭାବ ଦେଖାଦେଇଛି । ବର୍ତ୍ତମାନ ଧାନ ଫସଲ ଗର୍ବଣି ହେବାର ସମୟ ହୋଇଥିବା ବେଳେ ବିଭିନ୍ନ କିସମର ରୋଗ ପୋକ ପ୍ରାଦୁର୍ଭାବ ବଡ଼ି ଚାଲିଛି । ମାଟିଆଗୁଣ୍ଡି ଛକଡା ପୋକ ଗଣ୍ଠି ପୋକ ବିପିଏଚ ଭଳି କୋଆଯାଉ ଥିବା ଏ ପୋକ ଗୁଡିକ ଧାନ ଗଛ ଗୁଡିକ କୁ ନଷ୍ଟ କରିଦେବାର ଆଶଙ୍କା ରହିଛି । ଏମାନଙ୍କ ପ୍ରତି ରୋଧ ପାଇଁ ଓଷଧ ସିଞ୍ଚନ କଲେ ମଧ୍ୟ୍ୟ କାମ କରୁନାହିଁ । ବର୍ତ୍ତମାନ ଆଟ ଧାନ ଗୁଡିକ ଅମଳକ୍ଷମ ହେଥିବା ବେଳେ, ହଜାରେ ଏକ ସ୍ୱରନା ଯମୁନା ଚମ୍ପକ, ଆଦି ଧାନ ଗୁଡିକ କେଣ୍ଡା ବାହାରୁଚି । ଏପରି ସ୍ଥଳେ ରୋଗ ପୋକ ବୃଦ୍ଧି ହେଲେ ଧାନ ଅମଳ ପ୍ରବାଭିତ ହେବ ତଥା ଧାନ ଗୁଡିକ ପୋଲ ହୋଇଯିବ ବୋଲି ଚାଷୀ ମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏଥିପ୍ରତି କୃଷିବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking