26.1 C
Bhubaneswar
Wednesday, January 8, 2025
Homeଓଡିଶାପୁଣି ଟୋକନ୍ ଚିନ୍ତା : ଜାତୀୟ ରାଜପଥ ଅବରୋଧ କଲେ ଚାଷୀ, ବୁଝାଇବାକୁ ଯାଇ ପୁଲିସ,...

ପୁଣି ଟୋକନ୍ ଚିନ୍ତା : ଜାତୀୟ ରାଜପଥ ଅବରୋଧ କଲେ ଚାଷୀ, ବୁଝାଇବାକୁ ଯାଇ ପୁଲିସ, ପ୍ରଶାସନ ନାକେଦମ୍

ସମ୍ବଲପୁର : ଅନଲାଇନ୍ ଟୋକନ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଯୋଗୁଁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଆଜି ପୁଣି ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ନେତୃତ୍ୱରେ ଶତାଧିକ ଚାଷୀ ପୂର୍ବାହ୍ଣ ସାଢ଼େ ୧୦ଟାରୁ ବରେଇପାଲିସ୍ଥିତ ନିୟନ୍ତ୍ରିତ ବଜାର କମିଟି ସମ୍ମୁଖରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଚାଷୀମାନେ ଧାନ ବୋଝେଇ ଟ୍ରାକ୍ଟରଗୁଡ଼ିକୁ ରଖି ଅବରୋଧ କରିଥିବାବେଳେ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି । ପୁଲିସ ରାଜପଥ ଅବରୋଧରୁ ନିବୃତ୍ତ ହେବା ପାଇଁ ଚାଷୀମାନଙ୍କୁ ବୁଝାଉଥିବାବେଳେ ସେମାନଙ୍କ ସମସ୍ୟାର ପ୍ରତିକାର ନେଇ ଜିଲ୍ଲାପାଳ ଠୋସ ପ୍ରତିଶ୍ରୁତି ନ ଦେବା ଯାଏ ସେମାନେ ରାଜପଥ ଅବରୋଧରୁ ହଟିବେ ନାହିଁ ବୋଲି ଚାଷୀମାନେ ରୋକଠୋକ ଶୁଣାଇଛନ୍ତି ।
ସୂଚନା ଅନୁଯାୟୀ, ଚଳିତବର୍ଷ ଖରିଫ ଧାନ ସଂଗ୍ରହରେ ରାଜ୍ୟ ସରକାର କେନ୍ଦ୍ରୀୟ ଭାବେ ଅନ୍‌ଲାଇନ ଟୋକନ ବ୍ୟବସ୍ଥା ଲାଗୁ କରିଛନ୍ତି । ସରକାରଙ୍କ ଏହି ନୂଆ ବ୍ୟବସ୍ଥାକୁ ଆରମ୍ଭରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀମାନେ ବିରୋଧ କରି ଆସିଥିଲେ ହେଁ ସରକାର ତାଙ୍କ ଜିଦରେ ଅଟଳ ରହିଥିବାରୁ ଗତ ମାସ ୨୧ତାରିଖରେ ବରେଇପାଲି ଆର୍‌ଏମ୍‌ସି ସାମ୍ନାରେ ଶହ ଶହ ସଂଖ୍ୟାରେ ଚାଷୀ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ସେହିପରି ବରଗଡ଼ ଜିଲ୍ଲାର ଗୋଡ଼ଭଗାଠାରେ ମଧ୍ୟ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେଦିନ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ସରକାରୀ ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ ଆନ୍ଦୋଳନସ୍ଥଳରେ ପହଞ୍ôଚ ଚାଷୀଙ୍କ ସହ ଆଲୋଚନା କରି ହୀରାକୁଦ ସେଚାଞ୍ଚଳ ଚାଷୀଙ୍କ ପାଇଁ ଟୋକନ ବ୍ୟବସ୍ଥାକୁ କୋହଳ କରାଯିବା ଏବଂ ଟୋକନ ଥାଉ ବା ନଥାଉ ଚାଷୀ ୟାର୍ଡକୁ ଧାନ ବିକ୍ରି ପାଇଁ ଆଣିଲେ ତାକୁ ସେହିଦିନ ହିଁ କିଣାଯିବ ଏବଂ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିକ୍ରି ଧାନର ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଚାଷୀମାନେ ଜାତୀୟ ରାଜପଥ ଅବରୋଧରୁ ଓହରିଥିଲେ । ଏହାପରେ ସମ୍ବଲପୁର ଜିଲ୍ଲାରେ ଧାନ କିଣାବିକା ଆରମ୍ଭ ହୋଇଥିଲା । ହେଲେ ୟାର୍ଡ ଓ କ୍ରୟ କେନ୍ଦ୍ରଗୁଡ଼ିକରେ ଏଫ୍‌ଏକ୍ୟୁ ମାନ ଆଳରେ ଚାଷୀମାନେ ବିକ୍ରି ପାଇଁ ଆଣିଥିବା ଧାନର କ୍ୱିଣ୍ଟାଲ ପ୍ରତି ୧୨ରୁ ୧୫ କେଜି ପର୍ଯ୍ୟନ୍ତ କଟନୀ ଛଟନୀ, ଥରେ ଧାନ ବିକ୍ରି କରିବା ପରେ ଆଉ ଥରେ ଧାନ ବିକ୍ରି ପାଇଁ ଟୋକନ ଜେନେରେଟ ନ ହେବା, ଧାନ ବିକ୍ରିର ଏକମାସ ଅତିକ୍ରାନ୍ତ ହେବା ପରେ ସୁଦ୍ଧା ପ୍ରାପ୍ୟ ପୈଠ ନହେବା ଏବଂ ଗତକାଲିଠାରୁ ଟୋକନ ଜେନେରେସନରେ ଗୁରୁତର ତ୍ରୁଟି ଦେଖାଦେଇଛି । ରାତିରେ ଚାଷୀଙ୍କ ମୋବାଇଲକୁ ମାସେଜ ଆସିଥିବା ଟୋକନରେ ଥିବା ସଂଖ୍ୟାଗୁଡ଼ିକ ସକାଳେ ଡିଲିଟ ହୋଇଯାଇଥିଲା । ଏହାକୁ ନେଇ ଗତକାଲି ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରାଉ କରିଥିଲେ । ଖବର ପାଇ ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ପହଞ୍ôଚ ଟୋକନ ବ୍ୟବସ୍ଥାରେ ସୁଧାର ନେଇ ଠୋସ ପ୍ରତିଶ୍ରୁତି ଦେଇପାରି ନଥିଲେ । ଏଣେ ଆଜି ପୁଣି ଜେନେରେଟ ହୋଇଥିବା ଟୋକନଗୁଡ଼ିକରେ କେଉଁ ଚାଷୀଙ୍କ ଟୋକନରେ ମାତ୍ର ୧୯ କେଜି, କେଉଁ ଚାଷୀଙ୍କ ଟୋକନରେ ୧ କ୍ୱିଣ୍ଟାଲ ୨୫ କେଜି ଧାନ ବିକ୍ରି ପାଇଁ ଉଲ୍ଲେଖ ଥିବା ଦେଖାଯିବା ପରେ ଚାଷୀଙ୍କ ଅସନ୍ତୋଷ ଘନିଭୂତ ହୋଇଥିଲା । ସମସ୍ତ ୟାର୍ଡ ଓ କ୍ରୟ କେନ୍ଦ୍ରର ଚାଷୀମାନେ ବରେଇପାଲିରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିଲେ । ଏସଡିପିଓ ତପନ ମହାନ୍ତି ଓ ପରେ ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ପହଞ୍ଚି ଚାଷୀମାନଙ୍କୁ ରାସ୍ତା ଅବରୋଧରୁ ଓହରିବାକୁ ଅନୁରୋଧ କରିଥିଲେ । ଚାଷୀ କାହାରି କଥାକୁ କର୍ଣ୍ଣପାତ ନକରି ରାଜପଥ ଅବରୋଧ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking