40.1 C
Bhubaneswar
Thursday, April 25, 2024
Homeଓଡିଶାକୋରାପୁଟ-ଜୟପୁର ରାସ୍ତା ବନ୍ଦ : ଉପାସରେ ରହିଲେ ୫ ହଜାର ଛାତ୍ରଛାତ୍ରୀ

କୋରାପୁଟ-ଜୟପୁର ରାସ୍ତା ବନ୍ଦ : ଉପାସରେ ରହିଲେ ୫ ହଜାର ଛାତ୍ରଛାତ୍ରୀ

କୋରାପୁଟ : ମଙ୍ଗଳବାର ସକାଳେ ୨୬ ନଂ ଜାତୀୟ ରାଜପଥର ଜୟପୁର ଘାଟିରେ ଏକ ପେଟ୍ରୋଲ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବାରୁ କୋରାପୁଟ-ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ତେବେ ଏହି ବାଟ ଦେଇ ଆସୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଗାଡ଼ି ଆସି ନପାରିବାରୁ କୋରାପୁଟ ଓ ସୁନାବେଡ଼ା ପୌରାଞ୍ଚଳର ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପାସରେ ରହିଛନ୍ତି । ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ଏକ ଟ୍ୟାଙ୍କର ଗାଡ଼ି ପେଟ୍ରୋଲ୍ ନେଇ ଜୟପୁର ଅଭିମୁଖେ ଯାଉଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା । ଗାଡ଼ିଟି ରାସ୍ତା କଡ଼ରେ ପଡ଼ି ରହିଥିଲେ ମଧ୍ୟ ପେଟ୍ରୋଲ୍ ଭରି ରହିଥିବାରୁ ପୁଲିସ୍ ସତର୍କତାମୂଳକ ପଦକ୍ଷେପ ସଦୃଶ ସେହି ରାସ୍ତାରେ କୌଣସି ଯାନବାହନ ଯିବାକୁ ଛାଡ଼ି ନଥିଲା । ଫଳରେ ରାସ୍ତାର ଉଭୟ ପାଖେ ଶହଶହ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନ୍ୟପକ୍ଷରେ ଜୟପୁର କେନ୍ଦ୍ରୀୟ ରୋଷଶାଳାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି କୋରାପୁଟ ଓ ସୁନାବେଡ଼ା ପୌରାଞ୍ଚଳର ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ବେଳେ ଗାଡ଼ି ନଆସିବାରୁ ଉକ୍ତ ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନପାଇ ଦିନ ତମାମ୍ ଉପାସରେ ରହିବାକୁ ବାଧ୍ୟ ହୋଇଥିଲେ । ଓଲଟି ପଡ଼ିଥିବା ଟ୍ୟାଙ୍କରରୁ ପେଟ୍ରୋଲ୍ ବାହାର କରି ଅନ୍ୟ ଗାଡ଼ିରେ ସ୍ଥାନାନ୍ତର କରିବା ପରେ କୋରାପୁଟ-ଜୟପୁର ମଧ୍ୟରେ ଯାତାୟତ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking