ପଂସଲ ବୀମା ପାଇବାରୁ ବଂଚିତ ଚାଷୀ ଜିଲାପାଳଙ୍କୁ ଭେଟିଲେ

ଯାଜପୁର : ପଂସଲ ବୀମା ପାଇବାରୁ ବଂଚିତ ଚାଷୀ ଜିଲାପାଳଙ୍କୁ ଭେଟିଲେ । ଯାଜପୁର ଜିଲା ଦଶରଥପୁର ବ୍ଲକ ମଂଗଳପୁର ପ୍ରାଥମିକ କୃଷି ସମବାୟ ସମିତିର ମନମାନି ଚରମ ସୀମାରେ ପହଂଚିଛି । ସମିତିର ୧୦୩ ଜଣ ଚାଷୀ ପଂସଲ ବୀମା ରାଷୀ ପାଇବାରୁ ବଂଚିତ ହୋଇଛନ୍ତି । ବାରମ୍ବାର ଏ ଅପିଂସରୁ ସେ ଅପିଂସ ଦୌଡି ଦୌଡି ଚାଷୀ ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଘଟଣାର ତଦନ୍ତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଜିଲାପାଳ ତୁରନ୍ତ ସେମାନଙ୍କର ବୀମା ଟଙ୍କା ପ୍ରଦାନ କରିବାକୁ ମଂଗଳପୁର କୃଷି ସେବା ସମବାୟ ସମିତିକୁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ନ ମିଳିବାରୁ ପୁଣି ଜିଳାପାଳଙ୍କୁ ଭେଟିଛନ୍ତି ଚାଷୀ ।  ଚାଷୀ ମାନେ ଜିଲାପାଳ ଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ । ଜିଲପାଳ ଚାଷୀ ମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଥିଲେ ।

LEAVE A REPLY

Please enter your comment!
Please enter your name here