ସୋଲପାଟ ଗ୍ରାମର ଅନେକ ନିର୍ମାଣ ଶ୍ରମିକ କୋରୋନା ସହାୟତା ପାଇବାରୁ ବଂଚିତ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକ ନିଜାମପୁର ପଚାଂୟତ ସୋଲପାଟ ଗ୍ରାମର ଅନେକ ନିର୍ମାଣ ଶ୍ରମିକ କୋରୋନା ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସହାୟତା ପାଇବାରୁ ବଂଚିତ ନିର୍ମାଣ ଶ୍ରମିକ । କୋରୋନା ସମୟରେ ନିର୍ମାଣ ଶ୍ରମିକଙ୍କୁ ସରକାର ଆର୍ଥିକ ପ୍ରୋତ୍ସାହନ ବାବଦକୁ ୧୫୦୦ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଏହି ଯୋଜନାରୁ ଅନେକ ଶ୍ରମିକ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଶ୍ରମିକମାନେ ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ । ଜିଲାପାଳ ସେମାନଙ୍କ ସମସ୍ୟା ଶୁଣିବା ପରେ ସମସ୍ତଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ନେଇ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here