28.1 C
Bhubaneswar
Saturday, July 12, 2025
Homeବ୍ରେକୀଙ୍ଗକୃଷି ବିଲ୍ ରାଜ୍ୟସଭାରେ ପାରିତ

କୃଷି ବିଲ୍ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ : ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଏବେ ରାଜ୍ୟସଭାରେ କୃଷି ବିଲ୍ ପାରିତ ହୋଇଛି । ସିଲ୍କ୍ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଆଗ୍ରାହ୍ୟ କରାଯାଇଛି ।ବିରୋଧୀ ଦଳର ହଙ୍ଗାମା ପରେ ଭୋଟିଂ ପରେ ଗୃହୀତ କରାଯାଇଛି ।ବାଚନିକ ଭୋଟ୍‌ରେ ଦ୍ୱାରା କୃଷି ବିଲ୍‌କୁ ପାରିତ କରାଯାଇଛି ।ପୂର୍ବରୁ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଜି କୃଷି ସୁଧାର ବିଲ୍ କୁ ଗୃହୀତ କରାଯାଇଥିଲା ।

ରାଜ୍ୟସଭାରେ କୃଷି ବିଲ୍‌କୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ଗୃହରେ ବିଲ୍‌୍‌କୁ ବିରୋଧ କରି ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି କରାଯାଇଛି ।ଉପାଧ୍ୟକ୍ଷ ଟେବୁଲରୁ ଡ୍ରାଫ୍ଟ କପି ଛଡ଼ାଇ ଚିରିଦେଲେ ଟିଏମସି ସାଂସଦ । ବିଲ୍‌୍ କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କଲେ ଅମର ପଟ୍ଟାନାୟକ ।ଏଥିସହ ରାଜ୍ୟସଭାରେ କୃଷି ବିଲକୁ ବିଜେଡ଼ି ପକ୍ଷରୁ ବିରୋଧ କରାଯାଇଛି । ଦୁଇଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡ଼ି ଦାବି କରିଛି । କୃଷି ବିଲ୍ ଉପରେ ତର୍ଜମା କରିବା ପାଇଁ ଦାବି କରାଯାଇଛି । ଆଲୋଚନାରେ ଭାଗ ନେଇ ବିରୋଧ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଅମର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking