26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକୃଷି ବିଲ୍‌କୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ : ବିଜେଡି ପକ୍ଷରୁ ବିରୋଧ

କୃଷି ବିଲ୍‌କୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ : ବିଜେଡି ପକ୍ଷରୁ ବିରୋଧ

ଭୁବନେଶ୍ୱର : ରାଜ୍ୟସଭାରେ କୃଷି ବିଲକୁ ବିଜେଡ଼ି ପକ୍ଷରୁ ବିରୋଧ କରାଯାଇଛି । ଦୁଇଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡ଼ି ଦାବି କରିଛି । କୃଷି ବିଲ୍ ଉପରେ ତର୍ଜମା କରିବା ପାଇଁ ଦାବି କରାଯାଇଛି । ଆଲୋଚନାରେ ଭାଗ ନେଇ ବିରୋଧ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଅମର କହିଛନ୍ତି ।

ଲୋକସଭାରେ ପ୍ରାରିତ ହେବା ପରେ ରାଜ୍ୟସଭାରେ ଆଜି କୃଷି ସୁଧାର ବିଲ୍ କୁ ଗୃହୀତ କରାଯାଇଥିଲା ।ରାଜ୍ୟସଭାରେ କୃଷି ବିଲ୍‌କୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ଗୃହରେ ବିଲ୍‌କୁ ବିରୋଧ କରି ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି କରାଯାଇଛି ।ଉପାଧ୍ୟକ୍ଷ ଟେବୁଲରୁ ଡ୍ରାଫ୍ଟ କପି ଛଡ଼ାଇ ଚିରିଦେଲେ ଟିଏମସି ସାଂସଦ । ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କଲେ ଅମର ପଟ୍ଟାନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking