28.9 C
Bhubaneswar
Tuesday, June 30, 2026
Homeଓଡିଶାପାରିବାରିକ କଳହ : ବେକରେ ଫାଶୀ ଦେଇ ଜୀବନ ହାରିଲେ ଯୁବକ

ପାରିବାରିକ କଳହ : ବେକରେ ଫାଶୀ ଦେଇ ଜୀବନ ହାରିଲେ ଯୁବକ

ସୋର : ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତଳନଗର ପଂଚାୟତ ସୁନାରୀ ଗ୍ରାମର ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏହି ଗ୍ରାମର ହରିହର ମାଝୀ(୪୫)ଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅ ଏବଂ ପୁଅ ବାହାର ରାଜ୍ୟରେ କାମ କରୁଛନ୍ତି। ତେବେ ସ୍ୱାମୀ ସ୍ତ୍ରୀ ଦୁହେଁ ଘରେ ରହୁଥିବା ବେଳେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହେ। ଗତକାଲି ରାତିରେ ହରିହର ଓ ତାଙ୍କ ସ୍ତ୍ରୀ ଭିନ୍ନ ଭିନ୍ନ ଘରେ ଶୋଇଥିବା ବେଳେ ଆଜି ସକାଳେ ହରିହର ଶୋଇଥିବା ଘରର କବାଟ ଖୋଲି ନଥିଲେ। ପରେ ତାଙ୍କ ସ୍ତ୍ରୀ ପଡ଼ୋଶୀଙ୍କ ସହାୟତାରେ ଘରର କାଵଟ ଭାଙ୍ଗି ହରିହରଙ୍କୁ ଗଡାଣରେ ତାଙ୍କ ଝିଅର ଏପ୍ରୋନରେ ଫାଶୀ ଲଗାଇଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking