32.1 C
Bhubaneswar
Saturday, June 7, 2025
Homeଓଡିଶାରଥଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ

ରଥଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ

ଭୁବନେଶ୍ୱର: ରଥଯାତ୍ରା ଲାଗି ପୁରୀରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟିକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି; ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟିକାନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଅଗବତ କରାଇଛି । ଏହାସହ ପରିମଳ ଓ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଯେତିକି ଆକ୍ଟିଭ କେସ୍ ରହିଛି; ସେଥିରୁ ବହୁତ କମ୍ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ଯେହେତୁ ରାଜ୍ୟରେ ଭଲ ଭାବରେ ଟିକାକରଣ ହୋଇଛି, ତେଣୁ ରୋଗର ଭୟ କମ୍ ରହିଛି । ଅନ୍ୟପଟେ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀମାନେ ରୋଗ ଚିହ୍ନଟ କରୁଛନ୍ତି । ଯେହେତୁ ଏହି ସମୟରେ ବିଶେଷ କରି କୋଭିଡ, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମ୍ୟାଲେରିଆ ବଢ଼ିଥାଏ, ତେଣୁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ଆକ୍ରାନ୍ତଙ୍କୁ ଚିହ୍ନଟ କରୁଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking