31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହଂକଂରେ ଭୟାବହ ଅଗ୍ନିକାଣ୍ଡ: ଅନ୍ଧାରରେ ୧.୬୦ ଲକ୍ଷ ପରିବାର

ହଂକଂରେ ଭୟାବହ ଅଗ୍ନିକାଣ୍ଡ: ଅନ୍ଧାରରେ ୧.୬୦ ଲକ୍ଷ ପରିବାର

ହଂକଂ : ହଂକଂର ଉତ୍ତରାଞ୍ଚଳରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ଏହି ଅଞ୍ଚଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଥିବାବେଳେ ୧.୬୦ ଲକ୍ଷ ପରିବାର ଘନ ଅନ୍ଧକାରରେ କାଳାତିପାତ କରୁଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ୟୁଏନ୍ ଲୋଙ୍ଗ୍ ପୋଲ ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ନିଆଁ ଲାଗିଥିବା କୁହାଯାଇଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ସୁଦ୍ଧା ଆଖପାଖରେ ଥିବା କେତେକ କୋଠାଘର କ୍ଷତିଗ୍ରସ୍ତ ହୋଇଛି । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପ୍ରଶାସନ ପକ୍ଷରୁ ସେଠାରେ ଥିବା ୧୪ଟି ସ୍କୁଲକୁ ଆପାତତଃ ବନ୍ଦ ଘୋଷଣା କରାଯାଇଛି ।

ଏୟାରବସ୍ କମ୍ପାନୀ ବିରୋଧରେ ମାମଲା: ୧୦୦ କୋଟି ଡଲାର ଦାବିକଲା କାତାର ଏୟାରୱେଜ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking