31.1 C
Bhubaneswar
Monday, May 20, 2024
Homeମନୋରଞ୍ଜନନିଜର ଇଚ୍ଛା ପ୍ରକାଶ କଲେ ଶାହରୁଖ, କହିଲେ-ଆସନ୍ତା ୧୦ ବର୍ଷ ଯାଏଁ କେବଳ ଆକ୍ସନ ଫିଲ୍ମ...

ନିଜର ଇଚ୍ଛା ପ୍ରକାଶ କଲେ ଶାହରୁଖ, କହିଲେ-ଆସନ୍ତା ୧୦ ବର୍ଷ ଯାଏଁ କେବଳ ଆକ୍ସନ ଫିଲ୍ମ କରିବି

ମୁମ୍ଵାଇ : ଶାହାରୁଖ ଖାନ ଗତ ୪ ବର୍ଷ ହେବ ଚଳଚ୍ଚିତ୍ର ଠାରୁ ଦୂରରେ ଥିଲେ। ୨୦୧୮ରେ ଆସିଥିବା ‘ଜିରୋ’ ପରେ ସେ ଅଭିନୟରୁ ବ୍ରେକ୍‌ ନେଇଥିଲେ । ଆଜି ପର୍ଯ୍ୟନ୍ତ ଶାହାରୁଖ କେବଳ ଚଳଚ୍ଚିତ୍ରରେ ରୋମାଣ୍ଟିକ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ସେ କେବଳ ଫିଲ୍ମ ସ୍କ୍ରିନରେ ଆକ୍ସନ୍ ଏବଂ ଆକ୍ସନ୍ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ୫୭ବର୍ଷ ବୟସ ହୋଇଛି ଏବଂ ଆସନ୍ତା ୧୦ବର୍ଷ ପାଇଁ ସେ କେବଳ ଆକ୍ସନ୍ ଫିଲ୍ମ କରିବାକୁ ଚାହୁଁଛନ୍ତି। ଶାହାରୁଖ ଏହା ମଧ୍ୟ କହିଛନ୍ତି ଯେ ସେ ‘ମିଶନ ଇମ୍ପସିବଲ୍’ ଭଳି ଚଳଚ୍ଚିତ୍ର କରିବାକୁ ଚାହୁଁଛନ୍ତି।

ଶାହରୁଖ ଖାନ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ପଠାନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯେଉଁଥିରେ ତାଙ୍କୁ ଏକ ଫୁଲ୍‌ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଟ୍ରେଲରରେ ଶାହରୁଖଙ୍କ ଆକ୍ସନ୍ ଝଲକ ଦେଖିବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇଥିଲେ ଏବଂ ସେହି ଦିନଠାରୁ ସେମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଛନ୍ତି। ସାକ୍ଷାତକାରରେ ଶାହାରୁଖ ଖାନ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଏଥିସହ ପ୍ରକାଶ ଯେ ‘ପଠାନ୍’ ପୂର୍ବରୁ ତାଙ୍କୁ କେହି ଆକ୍ସନ୍ ଫିଲ୍ମ ଦେଉ ନାହାଁନ୍ତି।

ଏହା ସହ ଶାହାରୁଖ କହିଛନ୍ତି,’ ମୁଁ କୌଣସି ଆକ୍ସନ୍ ଫିଲ୍ମ କରି ନାହିଁ, କିନ୍ତୁ ମୁଁ ବହୁତ ସଫ୍ଟ ପ୍ରେମ କାହାଣୀ ଭଳି ଫିଲ୍ମ କରିସାରିଛି। ମୁଁ ଡ୍ରାମା ଆଧାରିତ ଚଳଚ୍ଚିତ୍ର କରିସାରିଛି ଏବଂ କେତେକରେ ମୁଁ ଖରାପ ମଣିଷ ଅର୍ଥାତ୍ ନକାରାତ୍ମକ ଭୂମିକାରେ ଅଭିନୟ କରିଛି । ବର୍ତ୍ତନମାନ ମୁଁ ଭାବିଛି ଯେ ପରବର୍ତ୍ତୀ କିଛି ବର୍ଷ ପାଇଁ ମୁଁ କେବଳ ଆକ୍ସନ୍ ଫିଲ୍ମ କରିବି । ମୁଁ ‘ମିଶନ୍ ଇମ୍ପସିବଲ୍‌’ ପ୍ରକାର ଚଳଚ୍ଚିତ୍ର କରିବାକୁ ଚାହୁଁଛି। କହିବାକୁ ଗଲେ ତାଙ୍କର ରୋମାଣ୍ଟିକ୍ ଭୂମିକା ଶାହାରୁଖଙ୍କୁ ‘ରୋମାନ୍ସର କିଙ୍ଗ’ ଭାବରେ ପରିଚିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଶାହାରୁଖ ‘ପଠାନ’ରେ ନଜର ଆସିବେ।  ଏହି ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରିଛନ୍ତି। ‘ପଠାନ୍’ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking