35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଦିଲ୍ଲୀରେ କେବେ ଖୋଲିବ ସ୍କୁଲ

ଦିଲ୍ଲୀରେ କେବେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବିଦ୍ୟାଳୟ ଖୋଲିବା ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ବିଶେଷଜ୍ଞ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ସୂଚନାନୁସାରେ, ସମସ୍ତ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବାକୁ କମିଟି ସୁପାରିଶ କରିଛି । ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ଖୋଲିବା ଉଚିତ ବୋଲି କମିଟି କହିଛି ।
ସୂଚନାନୁସାରେ, ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ କମିଟି ପ୍ରଥମେ ସୁପାରିଶ କରିଛି। ଏହା ପରେ ମଧ୍ୟମ ଏବଂ ଶେଷରେ ପ୍ରାଥମିକ ଶ୍ରେଣୀ ଖୋଲିବାକୁ ପରାମର୍ଶ ଦିଆଯାଇଛି । ବିଶେଷଜ୍ଞ କମିଟିର ଏହି ରିପୋର୍ଟ ବର୍ତ୍ତମାନ DDMA ବୈଠକରେ  ଆଲୋଚନା ହେବ। ସେଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ବାସ୍ତବରେ ଦିଲ୍ଲୀରେ  ସ୍କୁଲ କେମିତି ଖୋଲିବ ସେ ନେଇ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ତେବେ କହିରଖୁଛୁ ଯେ ଦିଲ୍ଲୀରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking