ଉରି : ଜାମ୍ମୁ କାଶ୍ମୀରର ଉରି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଭାରତୀୟ ସେନାମାନେ ଆତଙ୍କବାଦୀମାନଙ୍କର ସେହି ଯୋଜନାକୁ ବିଫଳ କରିଦେଇଛନ୍ତି । ଏହି ସମୟରେ ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଛି । ସେନା ଅଧିକାରୀଙ୍କ ସୂଚନା ଅନୁସାରେ, କୌଣସି ସୂତ୍ରରୁ ଭାରତକୁ ଆତଙ୍କବାଦୀଙ୍କ ପ୍ରବେଶ ଘଟଣା ସେନା ଅଧିକାରୀମାନେ ପାଇଥିଲେ । ପରେ ସେମାନେ ଗୁପ୍ତରେ ଏକ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଗୁପ୍ତ ଯୋଜନାକୁ ବିଫଳ କରିଛନ୍ତି ଭାରତୀୟ ସେନା । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।