30.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଆସିଲା ମ୍ୟାଟ୍ରିକ ପରୀକ୍ଷା କୁ ନେଇ ତାଜା ଅପଡେଟ : ଜାଣନ୍ତୁ କେମିତି ହେବ...

ଆସିଲା ମ୍ୟାଟ୍ରିକ ପରୀକ୍ଷା କୁ ନେଇ ତାଜା ଅପଡେଟ : ଜାଣନ୍ତୁ କେମିତି ହେବ ପରୀକ୍ଷା ଫଳ ନିର୍ଦ୍ଧାରଣ ?

ଭୁବନେଶ୍ୱର :ସମସ୍ତ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ଚଳିତ ବର୍ଷ କୋଭିଡ ର ସ୍ଥିତିକୁ ଦେଖି ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା |ତେବେ ଆସନ୍ତା ଏପ୍ରିଲ ମାସରେ ପରୀକ୍ଷା ହେବାକୁ ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ଯାଏଁ ଚାଲୁ ରହିବ ଏହି ଏହି ପରୀକ୍ଷା । ଏବଂ ଏହା ସହିତ ତିନୋଟି ପଦ୍ଧତିରେ ହେବ ମୂଲ୍ୟ ନିର୍ଦ୍ଧାରଣ | ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ବର୍ତମାନ କରୋନା ମହାମାରୀର ପାଦୁର୍ଭାବ କମିଥିବାରୁ । ଅଫଲାଇନରେ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ଶେଷ ସପ୍ତାହରେ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହି ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ । ଏହା ସହିତ ଯଥା ସମ୍ଭବ ନିଜ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ହେବ । ନିଜ ସ୍କୁଲରେ ପରୀକ୍ଷା ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହେବେ ବୋଲି କହିଛନ୍ତି ସୁରେଶ ମହାପାତ୍ର ।
ତେବେ ଆସନ୍ତୁ ଜାଣିବା କେମିତି ହେବ ପରୀକ୍ଷା ଫଳ ନିର୍ଦ୍ଧାରଣ ? ତେବେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ୩ଟି ପଦ୍ଧତିରେ ହେବ ପରୀକ୍ଷା ଫଳ ନିର୍ଦ୍ଧାରଣ । ଯେଉଁ ଆସେସମେଣ୍ଟରେ ସର୍ବାଧିକ ନମ୍ବର ଥିବ ତାହା ଚୂଡ଼ାନ୍ତ ହେବ ।

ଏହାର ପ୍ରଥମ ପଦ୍ଧତି- ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଏହି ଦୁଇଟି ପରୀକ୍ଷା ମୂଲ୍ୟକୁ ଦୁଇ ଗୁଣା କରି ପରୀକ୍ଷା ଫଳ ପ୍ରକାଶ ପାଇବ ।

ସେହିପରି ଭାବେ ୨ୟ ପଦ୍ଧତି- ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ।

ଏବଂ ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟରୁ ୨୦%, ସମ୍ମେଟିଭ-୧ରୁ ୩୦% ଓ ସମ୍ମେଟିଭ-୨ରୁ ୫୦% ନିଆଯାଇ ନମ୍ବର ହିସାବ କରାଯିବ| ଯେଉଁ ଆସେସମେଣ୍ଟରେ ଛାତ୍ରଛାତ୍ରୀଙ୍କୀ ସର୍ବାଧିକ ମାର୍କ ଥିବ, ତାହା ଚୂଡାନ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking