37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶମହାମାରୀ ଶେଷ ହୋଇନାହିଁ କିନ୍ତୁ ଏହାର ଅନ୍ତ ନିକଟ : କହିଲେ ହୁ ମୁଖ୍ୟ…

ମହାମାରୀ ଶେଷ ହୋଇନାହିଁ କିନ୍ତୁ ଏହାର ଅନ୍ତ ନିକଟ : କହିଲେ ହୁ ମୁଖ୍ୟ…

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରେୟସଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଡବ୍ଲୁଏଚଓ ମୁଖ୍ୟ ଗୁରୁବାର ୟୁନାଇଟେଡ ନେସନ ଜେନେରାଲ ଆସେମ୍ବଲୀ (ୟୁଏନଜିଏ) କୁ କହିଛନ୍ତି ଯେ ମହାମାରୀ ଶେଷ ହୋଇନାହିଁ କିନ୍ତୁ ଏହାର ଅନ୍ତ ନିକଟ ।

ଦୁନିଆରେ କରୋନା ଭାଇରସ ମାମଲା ଏବଂ ଏହାଦ୍ୱାରା ହେବାକୁ ଥିବା ମୃତ୍ୟୁରେ ବଡ଼ ହ୍ରାସ ଦେଖାଯାଇଛି । ଯାହାପରେ ଏବେ ଏହା ଚର୍ଚ୍ଚା ହେଉଛି ଯେ ମହାମାରୀ ଏବେ ଏହାର ଶେଷ ପର୍ଯ୍ୟାୟରେ ରହିଛି । ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ଯେ ମହମାରୀ ଶେଷ ହେବା ଅର୍ଥ ଏହା ନୁହେଁ ଯେ ଏହା ଶେଷରେ ପହଞ୍ଚିଛି । ଅବଶ୍ୟ ଆମେ ପୂର୍ବ ତୁଳନାରେ ଭଲ ସ୍ଥିତିରେ ପହଞ୍ଚିଛେ । ଦୁନିଆରେ ସାପ୍ତାହିକ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଜାନୁଆରୀ ୨୦୨୧ ତୁଳନାରେ ବର୍ତ୍ତମାନ ଆମେ ୧୦ ପ୍ରତିଶତ ସଂଖ୍ୟାରେ ଆସିଛି । ଦୁନିଆରେ ଦୁଇ ତୃତୀୟାଂଶ ଜନସଂଖ୍ୟା ଟିକାକରଣ କରିଛନ୍ତି ।

WHO ମୁଖ୍ୟ କହିଛନ୍ତି ଯେ ଦୁନିଆରେ ଅଧିକାଂଶ ଦେଶରେ ଲାଗୁ କରୋନା ପ୍ରତିବନ୍ଧକ ସମାପ୍ତ କରିଦିଆଯାଇଛି । ସେ କହିଛନ୍ତି ଏବେବି କିଛି କିଛି ଦେଶରେ ଟିକାକରଣରେ ଲମ୍ବା ପାର୍ଥକ୍ୟ ଦେଖିବାକୁ ମିଳିଛି । ସେ ଆଗକୁ କହିଥିଲେ ଯେ ଅଢ଼େଇ ବର୍ଷ ପରେ ଏକ ଏକ ଆଲୋକର ଝଲକ ଦେଖାଯାଇଛି । କିନ୍ତୁ ଏବେବି ଆମକୁ ଲମ୍ବା ଯାତ୍ରା କରିବାର ଅଛି  । ଅନେକ ବାଧା ଅଛି ଯାହା ଉପରେ ଧ୍ୟାନ ନଦେଲେ ଆମେ ଅସୁବିଧାରେ ପଡ଼ିପାରୁ ।

ସେ କହିଛନ୍ତି ଯେ ସମସ୍ତଙ୍କୁ ଦରକାର ପଡ଼ିଲେ ସୁରକ୍ଷିତ ରହିବା ପାଇଁ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବା ଏବଂ ଭେଣ୍ଟିଲେସନର ବ୍ୟବହା କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ଏବେବି କମ୍ ଆୟ କରୁଥିବା ଦେଶରେ ସଂପୂର୍ଣ୍ଣ ଜନସଂଖା ତୁଳନାରେ ମାତ୍ର ୧୯ ପ୍ରତିଶତ ହିଁ ଟିକା ଲଗାଯାଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking