ଢାକା: ବୁଧବାରଠାରୁ ଇଂଲଣ୍ଡର ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଇଂଲଣ୍ଡ ୩ ୱିକେଟ୍ରେ ବିଜୟୀ ହୋଇ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନଜମୁଲ୍ ହୋସେନ୍ ଶାଣ୍ଟୋଙ୍କ ୬ ଚୌକା ସମ୍ବଳିତ ୫୮ ଏବଂ ମହମ୍ମଦୁଲ୍ଲାହଙ୍କ ୩ ଚୌକା ସମ୍ବଳିତ ୩୧ ରନ୍ ସହାୟତାରେ ୪୭.୨ ଓଭର୍ରେ ୨୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର୍, ମାର୍କ ଉଡ୍, ମୋଇନ୍ ଅଲୀ ଓ ଆଦିଲ୍ ରଶିଦ୍ ୨ଟି ଲେଖାଏଁ ଏବଂ କ୍ରିସ୍ ଓକ୍ସ ଓ ୱିଲ୍ ଜ୍ୟାକ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ୪୮.୪ ଓଭର୍ରେ ୭ଟି ୱିକେଟ୍ ହରାଇ ୨୧୨ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଡେୱିଡ୍ ମାଲାନ୍ ୮ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୧୧୪ ରନ୍ କରି ଦଳର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ । ତାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିବା ବେଳେ ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଇସଲାମ୍ ୩ଟି, ମେହିଦୀ ହସନ୍ ମିରାଜ୍ ୨ଟି ଏବଂ ସାକିବ୍-ଅଲ୍-ହସନ୍ ଓ ତାସକିନ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।