24.1 C
Bhubaneswar
Wednesday, January 15, 2025
Homeବ୍ରେକୀଙ୍ଗଯୁବ ଇଞ୍ଜିନିୟର ନିର୍ମାଣ କଲେ ରୋବୋ ହେଲମେଟ

ଯୁବ ଇଞ୍ଜିନିୟର ନିର୍ମାଣ କଲେ ରୋବୋ ହେଲମେଟ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରରେ ଜଣେ ଯୁବ ଇଞ୍ଜିନିୟର ନିର୍ମାଣ କଲେ ସେନାଙ୍କ ସୁରକ୍ଷା ନିମନ୍ତେ ରୋବୋ ହେଲମେଟ । ହେଲମେଟରେ ରହିଛି ଅତି ଆଧୁନିକ ବ୍ୟବସ୍ଥା । ଶତ୍ରୁର ଉପସ୍ଥିତି ନେଇ ସୁଚନା ଦେବ ଏଇ ହେଲମେଟ । ଏଥିରେ ଲାଗିଛି ଅତି ଆଧୁନିକ ସେନ୍ସର । ଉପରେ ଲାଗିଛି ଗନ୍ । ଗନ୍ ରେ ଲାଗିଛି ପଇଣ୍ଟ ଲେଜର । ଗନ୍ ବୁଲି ପାରିବ ୩୬୦ ଡିଗ୍ରୀ ଆଉ ଗୁଳିମାଡ଼ କରିବ । ୱାଇ-ଫାଇ କ୍ୟାମେରା ବ୍ଲୁଟୁଥ ସଂଯୋଗ ମଧ୍ୟ ଏହି ହେଲମେଟରେ ରହିଛି । ଲେଜର ମାଧ୍ୟମରେ ଶତ୍ରୁ ଆକ୍ରମଣ କଲେ ସହଜରେ ଚିନ୍ହଟ କରୀ ଗୁଳି ବର୍ସଣ କରୀବ । ହେଲମେଟ ମାଧ୍ୟମରେ ଜଣେ ଜବାନ ଅନ୍ୟ ଜଵାନ ସହ କଥାବାର୍ତା ହୋଇ ପାରିବ । କୋରନା ସମୟ ରେ ଏଭଳୀ ଏକ ପ୍ରୟାସ କରୀଛନ୍ତି ଶିଶିର ମଲିକ ।
ଇଲୋଟ୍ରନିକ ଡିଗ୍ରୀ ହାସଲ କରୀଛନ୍ତି ଶିଶିର ମଲିକ । ସ୍କୂଲ ଛାତ୍ର ସମୟରୁ କିଛି ନୁଆ କରୀବା ପ୍ରୟାସ ଆଜି ଗୋଟିଏ ପୋରେ ଗୋଟିଏ ପାହାଚ ଚଢ଼ି ବାରେ ସାହାଯ୍ୟ କରୁଛି ନିଜର ବୈଜ୍ଞାନିକ ଜ୍ଞାନ । ହେଲେ ପାଠପଡା ସରିବା ପରେ ଗୋଟିଏ ଘରେଇ କମ୍ପାନୀରେ ଚାକିରି କରୁଥୀଲ ଶିଶିର । ଏବେ ଚାକିରି ଛାଡି ନିଜ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ନିୟୋଜିତ ଅଛନ୍ତି । ଭବିଷ୍ୟତରେ ବୈଜ୍ଞାନିକ ହେବାର ଇଚ୍ଛା ରଖିଛନ୍ତି । ପୁର୍ବରୁ ମଧ୍ୟ କୋରନା ସ୍ଥିତିରେ ଅଟୋମେଟିକ ହେଣ୍ଡ ସାନିଟାଇଜର ନିର୍ମାଣ କରୀ ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ନିର୍ମାଣ କରୀଛନ୍ତି ରୋବୋ ହେଲମେଟ ।
ଶିଶିରଙ୍କ ପ୍ରୟାସକୁ ନେଇ ଗର୍ବିତ ଏବେ ପରିବାର ଆଉ ସ୍କୂଲ ଶିକ୍ଷକ ।

ବହୁ ଇନୋଭେଟିଭ ଆଇଡ଼ିଆକୁ ନେଇ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ନିର୍ମାଣ କରୀ ଆମ ଅଞ୍ଚଳର ଯୁବପିଢିଙ୍କୁ ଉତ୍ସାହିତ କରୀବା ସାଥେ ସାଥେ ଜୟପୁର ମାଟିପାଇଁ ଗର୍ବ ଆଉ ଗୌରବ ସାଜିଛନ୍ତି ଶିଶିର । ଆଉ ସ୍କୂଲ ଶିକ୍ଷକ ଗର୍ବଶହ ଉତ୍ସାହ ପ୍ରକାଶ କରୀଛନ୍ତି ।

ପ୍ରତିରକ୍ଷା କ୍ଷେତ୍ରରେ ଆଉ ପଦେ ଆଗେଇବା ପାଇଁ ସାହସ କରୀଛନ୍ତି ଜୟପୁରର ଶିଶିର ମଲିକ । ଯେପରିକି ଦେଶର ସୁରକ୍ଷା ଓ ସୈନିକଙ୍କ ସୁରକ୍ଷା ନିମନ୍ତେ ଏକ ପ୍ରୋଜେକ୍ଟ ନିର୍ମାଣ କରିଛନ୍ତି । ଯାହାକି ରୋବୋ ହେଲମେଟ ଏପରି ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ନିର୍ମାଣ କରୀ ଆଗାମୀ ଦିନରେ ଜଣେ ବୈଜ୍ଞାନିକ ହେବା ଲାଗି ଆଶା ରଖିଛନ୍ତି । ଏହି ଆଶା ଦ୍ଵିଗୁଣିତ ହେଉ । ସେ ତାଙ୍କ ଲକ୍ଷ୍ୟସ୍ଥଳକୁ ପହଞ୍ଚନ୍ତୁ ଏହା ହି ଆମେ କାମନା କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking