29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନାବାଳିକା ବିବାହକୁ ରୋକିଲା ଚାଇଲ୍ଡ ଲାଇନ୍‌

ନାବାଳିକା ବିବାହକୁ ରୋକିଲା ଚାଇଲ୍ଡ ଲାଇନ୍‌

ଓଡ଼ଗାଁ: ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଥିବା ବେଳେ ଗତକାଲି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଢିପି ସାହିରେ ଏକ ବିବାହକୁ ରୋକି ନାବାଳିକାକୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଢିପି ସାହିରେ ଗାଁର ଗଗନ ନାୟକଙ୍କ ସହ ଜଣେ ନାବାଳିକାଙ୍କ ବିବାହ ହେବା ପାଇଁ ଗତକାଲି ରାଜିରେ ସବୁ ପ୍ରସ୍ତୁତି ସରିଥିଲା । ପୁଅ ବର ବେଶ ହୋଇ ସାରିଥିବା ବେଳେ ଝିଅ ମଧ୍ୟ ମଙ୍ଗୁଳା ହୋଇସାରିଥିଲା । କୌଣସି ସୁତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସୁଜାତା ବେହେରା, ଓଡ଼ଗାଁ ଆଇଆଇସି ପ୍ରଜ୍ଞାପାରମିତା ଜେନା ପ୍ରମୁଖ ଢିପି ସାହି ଗାଁରେ ପହଁଚିଥିଲେ । ସେଠାରେ ଭୋଜି କାର୍ଯ୍ୟ ସରି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ରୋକା ଯାଇଥିବା ଜଣାପଡ଼ିଛି । ଝିଅର ଇଚ୍ଛା ବିରୁଦ୍ଧରେ ବିବାହ କରାଯାଉଥିବା ଜଣାପଡ଼ିବା ପରେ ନାବାଳିକା କନ୍ୟାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିରେ ହାଜର କରାଯାଇଛି । ସେଠାରୁ ନାବାଳିକାକୁ ତପସ୍ୟାକୁ ପଠାଯାଇଥିବା ବେଳେ ଓଡ଼ଗାଁ ପୋଲିସ୍ ବରକୁ ଅଟକ ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking