ଜାତୀୟ ପୋଷଣ ସୁରକ୍ଷା ମାସର ଉଦ୍‌ଯାପନ ଦିବସ ପାଳନ

ଜୟପୁର : ଜାତୀୟ ପୋଷଣ ସୁରକ୍ଷା ମାସର ଉଦ୍‌ଯାପନ ଦିବସ ପାଳନ । ସେଛାସେବୀ ସଂଗଠନ ଏମ୍. ଏସ୍. ସ୍ଵାମିନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ପୋଷଣ ପାଇଁ କୃଷି କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ପୋଷଣ ସୁରକ୍ଷା ମାସର ଉଦ୍ୟାପନ ଦିବସ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମରୁ ୪୦ ଜଣ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଆରମ୍ଭରେ ଏମ୍.ଏସ୍. ସ୍ଵାମିନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ର ସଂଯୋଜକ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଣ୍ଡା ଅଂଶଗ୍ରହଣକାରୀମାନଙ୍କୁ ସ୍ଵାଗତ କରିବା ସହିତ ଅତିଥି ପରିଚୟ, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମୁଖ୍ୟ ବିଷୟବସ୍ତୁ ଉପରେ ସଂକ୍ଷେପରେ ଆଲୋଚନା କରିଥିଲେ । ଏହାସହ କୋରନା ଭୂତାଣୁ ଉପରେ ଆଲୋଚନା କରିଥିଲେ । ଏହା ସହ ଶିଶୁ ବିକାଶର ୧୦୦୦ ସୁବର୍ଣ୍ଣ ଦିନ, ପୁଷ୍ଟିକର ଖାଦ୍ୟ ଓ ଟୀକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here