30.1 C
Bhubaneswar
Sunday, July 3, 2022
Homeଅପରାଧରାଜଧାନୀରେ ପୋଲିସ୍-ଅପରାଧୀ ମୁହାଁମୁହିଁ

ରାଜଧାନୀରେ ପୋଲିସ୍-ଅପରାଧୀ ମୁହାଁମୁହିଁ

ଭୁବନେଶ୍ୱର : ଜଧାନୀରେ ପୋଲିସ୍-ଅପରାଧୀ ମୁହାଁମୁହିଁ । ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବାର ସୂଚନା ମିଳିଛି । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନ୍‌କାଉଣ୍ଟର ହୋଇଛି । ସୂଚନା ଅନୁଯାୟୀ, ଚକରାକୁ ଧରିବାକୁ ଯାଇଥିବା ବେଳେ ବୋମାମାଡ଼ ହୋଇଥିଲା । ଚକରା ଓ ତା ସହଯୋଗୀ ପୋଲିସ୍‌ଙ୍କୁ ଦେଖି ବୋମାମାଡ଼ କରିଥିଲେ । ଏହାର ଜବାବରେ ପୋଲିସ୍ ଏନ୍‌କାଉଣ୍ଟର କରିଥିଲା । ଏଥିରେ ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବାର କୁହାଯାଉଛି । ଆହତ ଅବସ୍ଥାରେ ଚକରାକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାସହ ଦୁଇ ଜଣ ପୋଲିସ୍ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍‌କୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking