26.1 C
Bhubaneswar
Wednesday, May 25, 2022
Homeଓଡିଶା🌹☘️🙏🏻" ଆଜିର ଅନୁଚିନ୍ତା "🙏🏻☘️🌹

🌹☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹

🦋”ଯଦି କେହି କେବେ ଆପଣଙ୍କର ବିଶ୍ବାସ ଭାଙ୍ଗନ୍ତି ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ , କାହିଁକିନା ସେ ହିଁ ଆପଣଙ୍କୁ ଶିକ୍ଷା ଦିଅନ୍ତି ଯେ ବିଶ୍ବାସ ଅତି ଯତ୍ନର ସହିତ କରାଯିବା ଉଚିତ୍ !!”

🦋”ପ୍ରକୃତରେ ଯେଉଁମାନେ କଷ୍ଟ କଣ ବୁଝିପାରନ୍ତି ସେମାନେ କେବେବି ଆଉ କାହାର କଷ୍ଟର କାରଣ ହୁଅନ୍ତି ନାହିଁ !!”

🦋”ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ବାର୍ଥ ଅତି ତୁଚ୍ଛ ଓ ନଗଣ୍ୟ କାହିଁକିନା ଆକାଶ ଯେତେ ଉଚ୍ଚ ହୋଇଥାଏ ତାର ସ୍ବଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ !!”

🦋”ନକାରାତ୍ମକ ପରିସ୍ଥିତିରେ ଥାଇ ମଧ୍ୟ ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ , କାହିଁକିନା ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଦ୍ବାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ !!”

ଅଦ୍ୟ ମଇ ମାସ ୧୨ ତାରିଖ ୨୦୨୨ ମସିହା(ଗୁରୁବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ରାକ୍ଷସ
ବୈଶାଖ-ଶୁକ୍ଳପକ୍ଷ
ତିଥି- ଏକାଦଶୀ ରାତ୍ରି ଘ୦୭/୧୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ
ନକ୍ଷତ୍ର- ଉତ୍ତରାଫା ରାତ୍ରି ଘ୦୮/୩୦ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।
ଚନ୍ଦ୍ର-କନ୍ୟା
ଯୋଗ- ହର୍ଷଣ
କରଣ – ବାଣିଜ୍ୟ
ସୌରମାସ- ମେଷ ୨୯ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୧୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୧୯
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୭/୧୩ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ
ତୁଳା ଓ କୁମ୍ଭ ରାଶିର ଘାତବାର
ବୃଷ ରାଶିର ଘାତଚନ୍ଦ୍ର
ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ। ଓ ବାରବେଳା – ଦିବା ଘ୦୨/୫୮ଗତେ ଘ୦୬/୧୫ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। -ରାତ୍ରି ଘ ୦୧/୨୨ଗତେ ଘ୦୩/୩୪ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୫୩ ମଧ୍ୟେ ଓ ୧୦/୦୫ ଗତେ ଘ୧୨/୩୦ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ଶିମ୍ବ ରାତ୍ରି ଘ ୦୭/୧୩ ପର୍ଯ୍ୟନ୍ତ ତଦନ୍ତେ ପୋଇ ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
✧═════•❁❀❁•═════✧
🌹ବୃଷ🌹👉ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।
✧═════•❁❀❁•═════✧
🌹ମିଥୁନ🌹👉ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।
✧═════•❁❀❁•═════✧
🌹କର୍କଟ🌹👉ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
✧═════•❁❀❁•═════✧
🌹ସିଂହ🌹👉ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ
✧═════•❁❀❁•═════✧
🌹କନ୍ୟା🌹👉ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
✧═════•❁❀❁•═════✧
🌹ତୁଳା🌹👉ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
✧═════•❁❀❁•═════✧
🌹ବିଛା🌹👉ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
✧═════•❁❀❁•═════✧
🌹ଧନୁ🌹👉 ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।
✧═════•❁❀❁•═════✧
🌹ମକର🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।
✧═════•❁❀❁•═════✧
🌹କୁମ୍ଭ🌹👉ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।
✧═════•❁❀❁•═════✧
🌹ମୀନ🌹👉:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking