39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଜାମ୍ମୁକାଶ୍ମୀରରେ ଏନକାଉଣ୍ଟର ; ୪ ଆତଙ୍କବାଦୀ ମୃତ

ଜାମ୍ମୁକାଶ୍ମୀରରେ ଏନକାଉଣ୍ଟର ; ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ନାଗେରଟା ଜିଲ୍ଲାରେ ଆଜି ଯବାନମାନଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତିି । ସୁରକ୍ଷାବାହିନୀର ଯବାନ ମାନେ ଆଜି ଭୋରରୁ ଏହି ଏନକାଉଣ୍ଟର କରିଛନ୍ତି । ଆତଙ୍କବାଦୀ ମାନେ ପ୍ରଥମେ ସେନା ଉପରକୁ ଗୁଳି ଚାଳନା କରିଥିଲେ । ଏମାନେ ଜାମ୍ମୁରୁ କାଶ୍ମୀର ଅଭିମୁଖେ ବାହରିଥିଲେ । ଜାମ୍ମୁର ବାନ ଟୋଲ ପ୍ଲାଜାଠାରେ ଏନକାଉଣ୍ଟର ହେବା ପରେ ସୁରକ୍ଷାବାହିନୀ ଯବାନ ମାନେ ଶ୍ରୀନଗର ର ସମସ୍ତ ଜାତୀୟ ରାଜପଥକୁ ବନ୍ଦ କରି ଦେଇଥିଲେ ।
ସୂଚନା ଯୋଗ୍ୟଯେ ଯବାନ ମାନେ ପ୍ରଥମେ ବାନ ଟୋଲ ପ୍ଲାଜା ଠାରେ ଆତଙ୍କବାଦୀ ମାନଙ୍କ ଲୁଚି ଥିବାର ଖବର ପାଇଥିଲେ । ତେବେ ପ୍ରସ୍ତୁତି ସହିତ ଅଚାନକ ଭାବେ ଆକ୍ରମଣ କରିଥିଲେ । ତେବେ ସୁରକ୍ଷାବାହିନୀଙ୍କ ଦ୍ୱାରା ଅପରେଶନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking