ଟୋକିଓ : ଟୋକିଓରେ ଚମକିଲେ ମହିଳା ସନ୍ତରଣକାରୀ। ବିଶ୍ୱ କ୍ରୀଡ଼ା ମହାକୁମ୍ଭରେ ଧମାଲ କରି କଲେ ବିଶ୍ୱ ରେକର୍ଡ। ଗୋଟିଏ କି ଦୁଇଟି ନୁହେଁ ୭ଟି ପଦକ ଜିତି ରଚିଛନ୍ତି ଇତିହାସ। ପ୍ରଥମ ମହିଳା ସନ୍ତରଣକାରୀଭାବେ ଅଲିମ୍ପିକ୍ସରେ ଜିତିଛନ୍ତି ୭ଟି ପଦକ। ଅଲିମ୍ପିକ୍ସରେ ନିଆରା ରେକର୍ଡ କରିଥିବା ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ ଏମ୍ମା ମେକକାନ୍ ଏବେ ସବୁଠି ଚର୍ଚ୍ଚାରେ। ଟୋକିଓ ଟକ୍କରରେ ଖେଳାଳି ଦମଦାର ପ୍ରଦର୍ଶନ କରୁଛନ୍ତି। ଏସବୁ ମଧ୍ୟରେ ଧମାଲ କରିଛନ୍ତି ଅଷ୍ଟ୍ରେଲିଆ ଦଳର ମହିଳା ସନ୍ତରଣକାରୀ ଏମ୍ମା ମେକକାନ୍। ବିଶ୍ୱର ପ୍ରଥମ ମହିଳାଭାବେ ଏମ୍ମା ଅଲିମ୍ପିକ୍ସରେ ୭ଟି ପଦକ ନିଜ ନାମରେ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଏମ୍ମା ୪ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଏମ୍ମା ବିଶ୍ୱର ୨ୟ ମହିଳା ଆଥଲେଟ୍ ଯିଏ ଅଲିମ୍ପିକ୍ସରେ ୭ଟି ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ଏଭଳି କାରନାମା ୧୯୫୨ ହେଲସିନକି ଅଲିମ୍ପିକ୍ସରେ ଦେଖିବାକୁ ମିଳିଥିଲା। ଋଷର ଜିମନାଷ୍ଟ ମାରିୟା ଗୋରୋଖୋକାୟା ଗୋଟିଏ ଅଲିମ୍ପିକ୍ସରେ ୭ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର ସନ୍ତରଣକାରୀ ଟିମ୍ ଶାନଦାର ପ୍ରଦର୍ଶନ କରିଛି। ଏମ୍ମା ୫୦ ମିଟର ଫ୍ରିଷ୍ଟାଇଲ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ୨୩.୮୧ ସେକେଣ୍ଡରେ ପୂରଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଇଭେଣ୍ଟରେ ପଦକ ଜିତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି ଏମ୍ମା।