33.1 C
Bhubaneswar
Sunday, April 28, 2024
Homeଓଡିଶାବିଶିଷ୍ଟ କବି ଡ. ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ବିଶିଷ୍ଟ କବି ଡ. ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ଦୁଇଦିନ ଧରି ତାଙ୍କୁ ସାମାନ୍ୟ ଜ୍ୱରହୋଇଥିଲା ଓ ସେ ହୃଦ୍‌ରୋଗରେ ମଧ୍ୟ ପୀଡ଼ିତ ଥିଲେ । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତଘୋଷଣା କରିଥିଲେ । ଡ. ମୁଣ୍ଡ ଓଡ଼ିଆ ଭାଷାର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ସୁବିଖ୍ୟାତ ଓଡ଼ିଆ କବି, ସାହିତ୍ୟିକ, ଅନୁବାଦକ, ଭାଷାବିଜ୍ଞ ଡକ୍ଟର ମୁଣ୍ଡ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିଲେ ।
ଇଂରାଜା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷାଲାଭ ପରେ ସେ ଓଡ଼ିଶା ଶିକ୍ଷାସେବାରେ ୧୯୭୩ରେ ଯୋଗଦେଇ ୩୫ବର୍ଷ ଅଧ୍ୟାପନା କରିଥିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ୨୦୦୯ରେ ଅବସର ଗ୍ରହଣ କରିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଡି ଉପାଧି ( ୧୯୯୬) ପ୍ରାପ୍ତି ପରେ ବହୁ ଛାତ୍ରଛାତ୍ରୀଙ୍କ ଗବେଷଣା କାର୍ଯ୍ୟରେ ସେ ଦିଗ୍‌ଦର୍ଶନ ଦେଇଆସୁଥିଲେ । ୧୯୯୧ରେ ବ୍ରିଟିଶ କାଉନ୍‌ସିଲଦ୍ୱାରା ମନୋନୀତ ହୋଇ ସୁଇଜରଲ୍ୟାଣ୍ଡର ଅବେଦୀନ ବିଶ୍ୱବିଦ୍ୟାଳୟରୁ ତାଲିମ ନେଇଥିଲେ । ୧୯୬୮ରୁ ସ୍ୱର୍ଗତ ମୁଣ୍ଡ ଲେଖାଲେଖା କରି ଆସୁଥିଲେ । ୧୯୭୨-୭୩ ବର୍ଷ ପାଇଁ ସେ ଓଡ଼ିଆ ଯୁବଲେଖକ ସମ୍ମିଳନୀର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୯ ଠାରୁ ଉପାନ୍ତ ଅଞ୍ଚଳ ଜୟପୁରଠାରେ ଓଡ଼ିଆ ଭାଷା ଓ ସାହିତ୍ୟପାଇଁ ବିଭିନ୍ନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କର କବିତା, ଗଳ୍ପ, ପ୍ରବନ୍ଧ ଆଦି ବେଶ୍ ପାଠକାଦୃତ ହୋଇଥିଲା । ତାଙ୍କର ‘ଏଇ ନିଃଶଙ୍କ’, ‘ମୁହୂର୍ତ୍ତଟିଏ ମୋହିନି’, ‘ସ୍ୱପ୍ନାବର୍ତ୍ତ’, ‘ଶବ୍ଦଫେଣ’, ‘ସ୍ଥିର ଉଡ଼ାଣ’, ‘ଅନ୍ତରଙ୍ଗ ଉଚ୍ଚାରଣ’ ଆଦି କବିତା ସଂକଳନକୁ ପାଠକ ଖୁବ୍ ପସନ୍ଦ କରିଥିଲେ । ସେହିପରି ସ୍ୱର୍ଗତ ମୁଣ୍ଡଙ୍କ ଗଳ୍ପ ସଂକଳନ ମଧ୍ୟରେ ‘ଛକ’, ‘ସୀମାବଦ୍ଧ’ ଆଦି ରହିଛି । ସେହିପରି ତାଙ୍କ ଅନୁବାଦ ପ୍ରକାଶନ ମଧ୍ୟରେ ‘ଲୋଭି ବାଛୁରୀ’ ଓ ‘ତ୍ୟାଗରାଜ’ ଅନ୍ୟତମ । ସ୍ୱର୍ଗତ ମୁଣ୍ଡ ତାଙ୍କ ସାହିତ୍ୟ ସର୍ଜନାପାଇଁ ଅନେକ ଥର ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking