34.1 C
Bhubaneswar
Thursday, May 9, 2024
Homeଓଡିଶାସରପଞ୍ଚ ସ୍ବାମୀଙ୍କୁ ଦଳିଦେଲା ହାତୀ

ସରପଞ୍ଚ ସ୍ବାମୀଙ୍କୁ ଦଳିଦେଲା ହାତୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଯୁଯୁମୁରା ବ୍ଲକର ଦୁଇଟି ପୃଥକ ସ୍ଥାନରେ ହାତୀ ୨ ଜଣଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି। ଢାବା ବାହାରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ଚାରମାଳ ବୁଢ଼ିଖମାର ଗାଁରେ ଆମ୍ବ ଗୋଟାଉଥିବା ବେଳେ ଜଣେ ବୃଦ୍ଧ ଦନ୍ତା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ଗୋପାଳ ଢାବାର ମାଲିକ ତଥା ଯୁଯୁମୁରା ସରପଞ୍ଚଙ୍କ ସ୍ଵାମୀ। ମୃତକ ଜଣକ ହେଲେ ଗୋପାଳ ପ୍ରଧାନ।

ସେ ରାତିରେ ଢାବା ସମ୍ମୁଖରେ ଶୋଇଥିଲେ। ତେବେ ରାତିରେ ହାତୀ ଆସି ଦଳି ଦେଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ବର୍ତ୍ତମାନ ଯୁଯୁମୁରା ପଞ୍ଚାୟତର ସରପଞ୍ଚ ଅଛନ୍ତି। ଏଣେ ହାତୀ ଆକ୍ରମଣରେ ଭଳିଆକଟା ପଞ୍ଚାୟତ ବୁଢ଼ିଖମାର ଗାଁର ଜଣେ ବୃଦ୍ଧଙ୍କ ମୃତୁ ଘଟିଛି। ମୃତକ ହେଲେ ଚାରମାଳ ଥାନା ଭଳିଆକଟା ପାଞ୍ଚୟତ ବୁଢ଼ୀଖମାର ଗାଁର ରଙ୍କ ଭୂୟାଁ (୬୦। ରଙ୍କ ଆଜି ସକାଳୁ ନିଜ ଆମ୍ବ ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ହାତୀ ବୃଦ୍ଧଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking