ସମ୍ବଲପୁର: ସମ୍ବଲପୁର ପଡ଼ିଆବାହାଲ ରେଞ୍ଜ ଅନ୍ତର୍ଗତ ବାହାମ ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ବାହାମ ଓ ବାରିବନ୍ଧ ଅଞ୍ଚଳରେ ରାତିରେ ବୁଲୁଛି ହାତୀ । ଆଜି ସକାଳୁ କେନାଲରେ ପାଣି ପିଇ ଜାତୀୟ ରାଜପଥରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ପାର ହୋଇ ସନାତନପାଲି ପଟେ ଥିବା ଜଙ୍ଗଲ ଆଡ଼କୁ ଚାଲିଯାଇଯାଇଛି । ଜାତୀୟ ରାଜପଥରେ ହାତୀଟି ବୁଲୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ହାତୀଟି କାହାର କିଛି କ୍ଷତି କରିନଥିବା ବେଳେ ବନ ବିଭାଗ ଅଧିକାରୀ ମାନେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।