37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୨୭ ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳୁଛି ସବ୍‌ସିଡି

୨୭ ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳୁଛି ସବ୍‌ସିଡି

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ôଥକବର୍ଷରେ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାଙ୍କୁ ସବ୍‌ସିଡି ମିଳିଥିବା ଶକ୍ତି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଏଥିପାଇଁ ସଂପୃକ୍ତ ରାଜ୍ୟଗୁଡିକର ରାଜକୋଷ ଉପରେ ୧.୩୨ ଟ୍ରିଲିୟନ ଟଙ୍କାର ବୋଝ ପଡିଥିବା କୁହାଯାଇଛି । ୨୭ ମଧ୍ୟରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକରେ ସର୍ବାଧିକ ୪୮,୨୪୮ କୋଟି ଟଙ୍କାର ସବ୍‌ସିଡି ଦିଆଯାଇଛି । ଏହା ମୋଟ ସବ୍‌ସିଡିର ୩୬.୪ ପ୍ରତିଶତ । ଏହାପଛକୁ ତାଲିକାରେ ଦିଲ୍ଲୀ ସ୍ଥାନ ପାଇଛି । ୨୦୧୮-୧୯ରେ ଦିଲ୍ଲୀବାସୀଙ୍କୁ ୧୬୯୯ କୋଟି ଟଙ୍କାର ସବ୍‌ସିଡି ମିଳିଥିବାବେଳେ ୨୦୨୦-୨୧ରେ ଏହା ୩୧୪୯ କୋଟିକୁ ବୃଦ୍ଧି ପାଇଛି ।

ବିଗତ ତିନିବର୍ଷ ମଧ୍ୟରେ ମଣିପୁରରେ ସବ୍‌ସିଡି ପରିମାଣ ସବୁଠାରୁ ଅଧିକ (୧୨୪%) ବୃଦ୍ଧି ପାଇଥିବା ଜଣାପଡିଛି । ୨୦୧୮-୧୯ରେ ମଣିପୁରବାସୀ ୧୨୦ କୋଟି ଟଙ୍କାର ସବ୍‌ସିଡି ପାଇଥିବାବେଳେ ୨୦୨୦-୨୧ରେ ଏହା ୨୬୯ କୋଟିକୁ ବୃଦ୍ଧି ପାଇଛି । ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଏଭଳି ସବ୍‌ସିଡି ପ୍ରଦାନ କରାଯିବା ଜାତୀୟ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସୁପ୍ରିମକୋର୍ଟ କହିସାରିଛନ୍ତି । ଏପରିକି ଏହି ରାଜ୍ୟଗୁଡିକ ବିଦ୍ୟୁତ୍ ଦେୟ ବାବଦରେ ବକେୟା ପଡିଥିବା ୨.୫ ଟ୍ରିଲିୟନ ଟଙ୍କା ପୈଠ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏପରିକି ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀଗୁଡିକ ରାଜ୍ୟ ସରକାରଙ୍କଠାରୁ ୭୫ ହଜାର କୋଟି ଟଙ୍କା ପାଇବାକୁ ଥିବାବେଳେ ସେମାନେ ଏପର୍ଯ୍ୟନ୍ତ ଏଥିରୁ ବଞ୍ଚିତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking