38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶସଂସଦର ମୌସୁମୀ ଅଧିବେଶନ ଆଗୁଆ ଶେଷ: ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ସଂସଦର ମୌସୁମୀ ଅଧିବେଶନ ଆଗୁଆ ଶେଷ: ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟର ଚାରିଦିନ ପୂର୍ବରୁ ଅର୍ଥାତ୍ ସୋମବାର ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଫଳରେ ଅଗଷ୍ଟ ୧୨ରେ ଶେଷ ହେବାକୁ ଥିବା ମୌସୁମୀ ଅଧିବେଶନ ଆଗୁଆ ଶେଷ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଗଷ୍ଟ ୯ରେ ମହରମ୍ ଏବଂ ୧୧ରେ ରକ୍ଷାବନ୍ଧନ ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଦୁଇଦିନ ଗୃହକାର୍ଯ୍ୟ ସମ୍ଭବ ହୋଇନଥାନ୍ତା । ଏଥିପାଇଁ ସାଂସଦମାନେ ନିଜର ନିର୍ବାଚନମଣ୍ଡଳୀକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ତେଣୁ ଏହି ଅଧିବେଶନକୁ ଆଗୁଆ ଶେଷ କରିବା ଯଥାର୍ଥ ବୋଲି ଅଧିକାଂଶ ସାଂସଦ ମତବ୍ୟକ୍ତ କରିଛନ୍ତି । ଏହି ଅଧିବେଶନରେ ଲୋକସଭା ୧୬ ଦିନ କାର୍ଯ୍ୟ କରିଥିବାବେଳେ ୭ଟି ବିଲ୍ ଅନୁମୋଦିତ ହୋଇଛି । ଅପରପକ୍ଷରେ ରାଜ୍ୟସଭାରେ କେବଳ ୩୬ ଘଣ୍ଟା କାର୍ଯ୍ୟ ସମ୍ଭବ ହୋଇଥିଲା ବୋଲି ଗୃହର ଅଧ୍ୟକ୍ଷ ତଥା ବିଦାୟୀ ଉପରାଷ୍ଟ୍ରପତି ଏମ.ଭେଙ୍କିଆନାଇଡୁ ସୂଚନା ଦେଇଛନ୍ତି । ଜୁଲାଇ ୧୮ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ତେବେ ବିରୋଧୀ ଦଳଙ୍କ ବିକ୍ଷୋଭ ଓ ପ୍ରତିବାଦ ଯୋଗୁଁ ପ୍ରଥମ ଦୁଇ ସପ୍ତାହ ଧରି ଗୃହକାର୍ଯ୍ୟ ସମ୍ଭବ ହୋଇପାରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking