28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆସନ୍ତା ଜାନୁଆରୀରେ ପାକିସ୍ତାନରେ ନିର୍ବାଚନ

ଆସନ୍ତା ଜାନୁଆରୀରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ: ଆସନ୍ତାବର୍ଷ ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପାକିସ୍ତାନ ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ଘୋଷଣା କରାଯାଇଛି । ଚଳିତମାସ ୨୭ ସୁଦ୍ଧା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ ବୋଲି ମଧ୍ୟ କମିଶନ ସୂଚନା ଦେଇଛନ୍ତି । ଏ ପ୍ରସଙ୍ଗରେ ଆଗତ ଅଭିଯୋଗ ଓ ପରାମର୍ଶଗୁଡିକୁ ତର୍ଜମା କରାଯିବାପରେ ନଭେମ୍ବର ୩୦ରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଗତ ଅଗଷ୍ଟ ୯ରେ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରାଯାଇଥିଲା ।

ଶାହବାଜ ସରିଫ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ ଅନୱାରୁ ହକ୍ କକ୍କରଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ପାକିସ୍ତାନର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆସେମ୍ବ୍ଲି ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା କଥା । ତେବେ ଚଳିତବର୍ଷ ପାକିସ୍ତାନରେ ଜନଗଣନା କାର୍ଯ୍ୟ ଶେଷ ହୋଇସାରିଥିବାରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ମଧ୍ୟ ଚୂଡାନ୍ତ କରାଯିବା ଜରୁରୀ ହୋଇପଡିଛି । ତେଣୁ ନିର୍ବାଚନ ଅନୁଷ୍ଠିତ କରାଇବାରେ ବିଳମ୍ବ ଘଟିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking