16.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଏସ୍‌ବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

ଏସ୍‌ବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଆୟୋଗ(ଇସିଆଇ) ଗୁରୁବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦାଖଲ କରିଥିବା ନିର୍ବାଚନ ବଣ୍ଡ ତଥ୍ୟକୁ ଏହାର ୱେବସାଇଟରେ ସାର୍ବଜନୀନ କରିଛି । ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏସବିଆଇ ଏହି ତଥ୍ୟ ଆୟୋଗ ନିକଟରେ ଦାଖଲ କରିଥିଲା ।

ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ଏହାର ଅଫିସିଆଲ୍ ୱେବସାଇଟରେ ଏସବିଆଇ ଠାରୁ ମିଳିଥିବା ତଥ୍ୟକୁ ପ୍ରକାଶ କରିବାକୁ ଆୟୋଗକୁ କୁହାଯାଇଥିଲା । ନିର୍ବାଚନ ଆୟୋଗ ଦ୍ୱାରା ଶେୟାର ହୋଇଥିବା ତଥ୍ୟ ୧୨ ଏପ୍ରିଲ ୨୦୧୯ ଠାରୁ ୧୦୦୦ ରୁ ୧ କୋଟି ଟଙ୍କା ମଧ୍ୟରେ ସମାସଟି ନିର୍ବାଚନୀ ବଣ୍ଡ କ୍ରୟ ବିଷୟରେ ଜଣା ପଡିବ । ଏହି ସୂଚନାରେ ଉଭୟ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା କ୍ରୟ ମଧ୍ୟ ପ୍ରଦର୍ଶିତ ହୋଇଛି । ସୂଚନା ମୁତାବକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ମଙ୍ଗଳବାର ସନ୍ଧ୍ୟାରେ ଗ୍ରହଣ କରିଥିବା ନିର୍ବାଚନ ବଣ୍ଡ ଏବଂ ରାଜନୈତିକ ଦଳଗୁଡିକ କିଣିଥିବା ସଂସ୍ଥାଗୁଡ଼ିକର ସବିଶେଷ ତଥ୍ୟ ଏସବିଆଇ ଆୟୋଗ ନିକଟରେ ଦାଖଲ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking