24.1 C
Bhubaneswar
Thursday, January 16, 2025
Homeଓଡିଶାନବନିର୍ବାଚିତ ପୈାର ଓ ଏନଏସି ଅଧ୍ୟକ୍ଷଙ୍କ ସହ ରାଜ୍ୟ ସଭାପତିଙ୍କ ଆଲୋଚନା

ନବନିର୍ବାଚିତ ପୈାର ଓ ଏନଏସି ଅଧ୍ୟକ୍ଷଙ୍କ ସହ ରାଜ୍ୟ ସଭାପତିଙ୍କ ଆଲୋଚନା

ମୈାଳିକ ସମସ୍ୟାର ସମାଧାନ ଏବଂ ସାମଗ୍ରିକ ବିକାଶ’
ଆମର ମୁଳ ଲକ୍ଷ୍ୟ : ସମୀର ମହାନ୍ତି
 ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ପୈାରାଧ୍ୟକ୍ଷ ଏବଂ ଏନଏସି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା
 ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ମୁଳ ସମସ୍ୟାକୁ ଚିହ୍ନଟ କରନ୍ତୁୁ
 କେନ୍ଦ୍ରୀୟ ଯୋଜନାର ସଫଳ ରୁପାୟନ ଏବଂ କେନ୍ଦ୍ରୀୟ ଆର୍ଥିକ ଅନୁଦାନର ସଠିକ ବ୍ୟବହାର କରି ଲୋକଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ପରାମର୍ଶ ଦେଲେ ରାଜ୍ୟ ସଭାପତି
ଭୁବନେଶ୍ୱର, : “ଆମ ଉପରେ ଆସ୍ଥା ପ୍ରକଟ କରି ଲୋକମାନେ ଗୁରୁ ଦାୟୀତ୍ୱ ଅର୍ପଣ କରିଛନ୍ତି । ତାଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ପାଇଁ ଆମକୁ ମିଳିଥିବା ସୁଯୋଗକୁ ସଦ୍‌ବ୍ୟବହାର କରି ଆସ୍ଥାଭାଜନ ହେବା । ମୋଦି ସରକାରଙ୍କ ମୁଳମନ୍ତ୍ର “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ଆଧାର କରି ଲୋକଙ୍କ ମୈାଳିକ ସମସ୍ୟାର ସମାଧାନ ଏବଂ ସ୍ଥାନୀୟ ଅଂଚଳର ସାମୁହିକ ବିକାଶ ଆମର ମୁଳ ଲକ୍ଷ୍ୟ ।” ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ମୁଳ ସମସ୍ୟାକୁ ଚିହ୍ନଟ କରି ସମାଧାନ ପାଇଁ କାର୍ଯ୍ୟ କରିବାକୁ ରାଜ୍ୟ ସଭାପତି ସମସ୍ତ ନବନିର୍ବାଚିତ ପୈାରାଧ୍ୟକ୍ଷ ଏବଂ ଏନଏସି ଅଧ୍ୟକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ନବନିର୍ବାଚିତ ପୈାରାଧ୍ୟକ୍ଷ ଏବଂ ଏନଏସି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସହରାଂଚଳ ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକାଶମୁଳକ ଯୋଜନାର ଶୁଭାରମ୍ଭ କରିଛନ୍ତି । ସହରାଂଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୧୪ଦଶ ଏବଂ ୧୫ଦଶ ଅର୍ଥ କମିଶନ ସୁପାରିଶକ୍ରମେ ମୋଦି ସରକାର ବ୍ୟାପକ ମାତ୍ରାରେ ଆର୍ଥିକ ଅନୁଦାନ ସିଧାସଳଖ ମ୍ୟୁନିସିପାଲିଟି ଏବଂ ଏନଏସିକୁ ପ୍ରଦାନ କରୁଛନ୍ତି । କେନ୍ଦ୍ରୀୟ ଯୋଜନାର ସଫଳ ରୁପାୟନ ଏବଂ କେନ୍ଦ୍ରୀୟ ଆର୍ଥିକ ଅନୁଦାନର ସଠିକ ବ୍ୟବହାର କରି ଲୋକଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବୈଠକରେ ଟିଟିଲାଗଡ ଏନଏସି ଅଧ୍ୟକ୍ଷା ମମତା ଦେବୀ ଜୈନ; ସୋରୋ ପୈାରାଧ୍ୟକ୍ଷ ମାଧବ ଧଡା; କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ; ଛତ୍ରପୁର ଏନଏସି ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ; ରମ୍ଭା ଏନଏସି ଅଧ୍ୟକ୍ଷା ମାନସୀ ସ୍ୱାଇଁ; ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି; ଜୁନାଗଡ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍‌ôାଲ; କେନ୍ଦୁଝରଗଡ ପୈାରଧ୍ୟକ୍ଷା ନିକୁ ସାହୁ; ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାଏକ; ଉଦଲା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା; ନବରଙ୍ଗପୁର ପୈାରାଧ୍ୟକ୍ଷ କୁନୁ ନାୟକ; ଖରିଆରରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଗୋଲ୍ଡି ଅଗ୍ରଓ୍‌ôାଲ; ସୁନ୍ଦରଗଡ ପୈାରାଧ୍ୟକ୍ଷା ତନୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking